ମାଡି ଆସୁଛି ସାମୁଦ୍ରିକ ଝଡ ମୋରା ! ୧୨ ଘଂଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ

45

କନକ ବ୍ୟୁରୋ : ମାଡି ଆସୁଛି ସାମୁଦ୍ରିକ ଝଡ ମୋରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ ଏବେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତର, ଉତରପୂର୍ବ ଦିଗରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି । ଏହା କୋଲକାତାରୁ ଦକ୍ଷିଣପୂର୍ବ ଦଗରେ ୬୮୦ ଓ ଚିଟାଗଂଗଠାରୁ ୫୮୦ କିଲୋମିଟର ଦୂରରେ ରହିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ ।

ବାତ୍ୟା ମୋରା ଆସନ୍ତାକାଲି ବାଂଲାଦେଶର ଚିଟାଗଙ୍ଗ ନିକଟରେ ମାଡ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟ ବେଗରେ ପବନ ବହିବାର ଆଶଙ୍କା ରହିଛି । ମୋରା ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପାରଦୀପ ଓ ଗୋପାଳପୁରରେ ୨ ନମ୍ବର ବିପଦ ସଂକେତଜାରି କରାଯାଇଛି ।