ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଜାଣନ୍ତୁ ଓଡିଶା ପ୍ରତି ରହିଛି କି ବିପଦ?

୭୨ ଘଂଟା ମଧ୍ୟରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଅଭିମୁଖେ ଗତି କରିବା ସମ୍ଭାବନା

251

କନକ ବ୍ୟୁରୋ: ଠିକ୍ ମାସକ ତଳେ ଅର୍ଥାତ ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ସାମୁଦ୍ରିକ ବାତ୍ୟା ଓଡ଼ିଶା ଆନ୍ଧ୍ର ଆଡେ ମୁହାଁଇଥିଲା ଓ ନାହିଁ ନଥିବା କ୍ଷୟକ୍ଷତି କରିଥିଲା । ଏବେ ମାସକ ପରେ ପୁଣି ଥରେ ଏକ ସାମୁଦ୍ରିକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହାର ନାଁ ରଖାଯାଇଛି ଗାଜା । ଏହା କ୍ରମଶଃ ଘନୀଭୂତ ହୋଇ ଏକ ସିଭିୟର ସାଇକ୍ଲୋନିକ ଷ୍ଟୋର୍ମ ( ଭୟଙ୍କର ସାମୁଦ୍ରିକ ଝଡ଼) ରେ ପରିଣତ ହୋଇଛି ।

ତେବେ ଗାଜା ଓଡ଼ିଶା ପାଇଁ କୌଣସି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ପକ୍ଷରୁ ମଧ୍ୟ ସମାନ ପୂର୍ବାନୁମାନ କରାଯାଇଛି । ଏହା ଆସନ୍ତା ୧୪ ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ପ୍ରବଳବର୍ଷା ହେବା ସହ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟରକୁ ଛୁଇଁବାର ସମ୍ଭାବନା ରହିଛି । ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ।