ଗୁଜରାଟ ଉପରେ ବଢିଲା ବାତ୍ୟା ‘ବାୟୁ’ର ଭୟ । ୨ ଦିନ ପାଇଁ ସ୍କୁଲ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ରଦ୍ଦ

ସେନା ଆଲର୍ଟ ରହିବାକୁ ନିର୍ଦ୍ଦେଶ

248

କନକ ବ୍ୟୁରୋ: ଗୁଜୁରାଟ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ବାୟୁ’ । ଘଂଟା ପ୍ରତି ୧୮ କିଲୋମିଟର ବେଗରେ ‘ବାୟୁ’ ଗତି କରୁଛି । ବର୍ତମାନ ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗରରରେ ମୁମ୍ବାଇ ଉପକୂଳଠାରୁ ୩୨୦ କିଲୋମିଟର ଓ ଗୁଜୁରାଟ ଉପକୂଳଠାରୁ ୪୨୦ କିମି ଦୂରରେ ରହିଛି । ବାୟୁକୁ ନଜରରେ ରଖି ସେନାକୁ ଆଲର୍ଟରେ ରଖାଯାଇଛି । ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।

କାଲି ସକାଳ ସୁଦ୍ଧା ଗୁଜୁରାଟର ପୋରବନ୍ଦରରୁ ମହୁୱା ମଝିରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୧୪୦ରୁ ୧୫୦ କିଲୋମିଟର ବେଗରେ । ସେହପରି ବାତ୍ୟା ବାୟୁ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ । ଏହା ସହିତ ଉଚ୍ଚ ଜୁଆର ଆସି ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ କରାଯାଇଛି । ବିଶେଷକରି ପୋରବନ୍ଦର, ଜୁନାଗଡ , ଆମରେଲି ଓ ଗିର-ସୋମନାଥ ଭଳି ଜିଲ୍ଳାର ତଳିଆ ଅଂଚଳ, କଚ୍ଚା ଘର, ଓ ଟିଣ ଛପର ଘରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।