ମହାବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ଏଯାଏଁ ସ୍ଥାନାନ୍ତର ହେଲେଣି ୯୦ ହଜାର ଲୋକ । ସକାଳ ସୁଦ୍ଧା କଚ୍ଚା ଘରେ ଥିବା ସମସ୍ତଙ୍କୁ କରାଯିବ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର । ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ବି ସରକାର ପ୍ରସ୍ତୁତ

769

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ ପାଇଁ ସଜାଗ ଅଛି ଓଡିଶା । ମହାବାତ୍ୟା ମୁକାବିଲା ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂରେ ସମୀକ୍ଷା ବୈଠକ । ତେବେ ଅମ୍ଫାନ ଆସିବା ଆଗରୁ ପ୍ରାୟ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

କଚ୍ଚା ଘରେ ରହୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ଘରେ ରହିବାକୁ ଦିଆଯିବନି । ତେଣୁ ୩ ଜିଲ୍ଲାରେ ୯୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ବାକି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ଖାଇବା, ପିଇବା ଦେବା ସହ ଲାଇଟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।

ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ପରବର୍ତ୍ତୀ ଉଦ୍ଧାରକାମ ପାଇଁ ସରକାର ପ୍ରସ୍ତୁତ ରହିଛି । ଗଛ ପଡିଲେ କିମ୍ବା କେଉଁଠି ବିଦ୍ୟୁତ୍ ଖୁଣ୍ଟ ପଡିଲେ କେମିତି ଶୀଘ୍ର ଉଦ୍ଧାର କରାଯାଇପାରିବ ସେନେଇ ପ୍ରସ୍ତୁତ ସରିଛି । ମୁକାବିଲା ପାଇଁ ରାଜ୍ୟ ସରକାର ଭଲ ପ୍ରସ୍ତୁତି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।