ଭୟଙ୍କର ରୂପନେଇ ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ତିତଲି’ ! ସମୁଦ୍ର ଭିତରେ ଶକ୍ତିଶାଳୀ ହେଉଛି ବାତ୍ୟା, ସକାଳ ସାଢ଼େ ୫ଟାରେ ଛୁଇଁବ ସ୍ଥଳଭାଗ ।

62

କନକ ବ୍ୟୁରୋ : ସମୟ ଯେତିକି ଗଡୁଛି, ସେତିକି ପାଖେଇ ଆସୁଛି ତିତଲି । ୨୦୦ କିଲୋମିଟରରୁ ସାମାନ୍ୟ ଅଧିକ ଦୂରରେ ରହିଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବା ପରେ ଘଂଟାକୁ ୧୫ କିଲୋମିଟର ବେଗରେ ମାଡି ଆସୁଛି ତିତଲି । କାଲି ସକାଳ ୫ଟା ୩୦ରେ ଗୋପାଳପୁର ନିକଟରେ ସ୍ଥଳଭାଗରେ ମାଡ଼ ହୋଇପାରେ ତିତଲି । ସ୍ଥଳ ଭାଗରେ ମାଡ଼ ହେବା ବେଳେ ଏହାର ସାଂଘାତିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଘଂଟାପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ କଚା ଘର, ଗଛ, ବିଦ୍ୟୁତ୍ ଖୁଂଟ ଉପୁଡିବା ଆଶଙ୍କା ରହିଛି ।  ତିତଲି ସ୍ଥଳଭାଗ ଛୁଇଁବା ପରେ ପୂର୍ବ ଉପକୁଳରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ । ସମୁଦ୍ରରେ ଦେଢ଼ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ ।

ତିତଲି ପ୍ରଭାବରେ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । କାଲି ରାତି ଯାଏଁ ବର୍ଷା ଲାଗି ରହିବା ଆଶଙ୍କା ରହିଛି । ଗୋପାଳପୁର, ପୁରୀ, ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ସମୁଦ୍ର କୁଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ୧୧ ଓ ୧୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରେଡ୍ ୱାର୍ଣିଂ ଜିଲ୍ଲା ଗୁଡିକୁ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମକୁ ପଠାଇ ଦିଆଯାଇଛି । ତିତଲି ମୁକାବିଲା ପାଇଁ  କେନ୍ଦ୍ର ସରକାରଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ସେନାବାହିନୀ ଓ ଆକାଶବାହିନୀକୁ ସଜାଗ କରାଯାଇଛି । ଦରକାର ପଡିଲେ କୌଣସି ମୂହୁର୍ତରେ ସେମାନଙ୍କର ସହାୟତା ନିଆଯାଇପାରେ । ବାତ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବ କଥା ହୋଇଛନ୍ତି ।

ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ତିତଲି’ । ସମୁଦ୍ର ଭିତରେ ଶକ୍ତିଶାଳୀ ହେଉଛି ବାତ୍ୟା । ସମୟ ଯେତିକି ଗଡୁଛି, ଭୟ ସେତିକି ବଢୁଛି । ସାଂଘାତିକ ହେଉଛି ‘ତିତଲି’ର ଶକ୍ତି । ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରୁ ଏକ୍ସଟ୍ରିମଲି  ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବା ଆଶଙ୍କା ବୃଦ୍ଧି ପାଉଛି । ଏକ୍ସଟ୍ରିମଲି ସିଭିିୟର ସାଇକ୍ଲୋନିକ ଷ୍ଟର୍ମ ଯଦି ଆହୁରି ଘନୀଭୂତ ହେବ, ତେବେ ନେଇପାରେ ପ୍ରଳୟଙ୍କାରୀ ରୂପ ।

ତିତଲି ସ୍ଥଳଭାଗ ଛୁଇଁବା ପରେ ପୂର୍ବ ଉପକୁଳରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ । ସମୁଦ୍ରରେ ଦେଢ଼ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ । ସମୁଦ୍ର କୁଳରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି । ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ୱାର୍ଣିଂ । ରେଡ୍ ୱାର୍ଣିଂ ଜିଲ୍ଲା ଗୁଡିକୁ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମକୁ ପଠାଇ ଦିଆଯାଇଛି । ସେପଟେ ତିତଲି ମୁକାବିଲା ପାଇଁ  କେନ୍ଦ୍ର ସରକାରଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ସେନାବାହିନୀ ଓ ଆକାଶବାହିନୀକୁ ସଜାଗ କରାଯାଇଛି । ଦରକାର ପଡିଲେ କୌଣସି ମୂହୁର୍ତରେ ସେମାନଙ୍କର ସହାୟତା ନିଆଯାଇପାରେ ।

ତିତଲି ପ୍ରଭାବରେ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । ୧୧ ଓ ୧୨ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ତେଣୁ ମହାନଦୀ ତଳିଆ ଅଂଚଳ, ଋଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ଆସିବା ଆଶଙ୍କା ରହିଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବ ତିତଲି । ଏହା ପରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ଝଡ଼ । ପବନର ବେଗ କମିବ, ତେବେ ଏହାର ପ୍ରଭାବରେ କାଲି ସଂଧ୍ୟା ଯାଏଁ ବର୍ଷା ଲାଗି ରହିବ ।