ଗୋପାଳପୁର ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ତିତଲି । ପବନ ସହ ହେଉଛି ପ୍ରବଳ ବର୍ଷା

40

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ତିତଲି । ଗୋପାଳପୁର ଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ତିତଲି । ଆଉ ଏହାର ପ୍ରଭାବରେ ଏବେଠାରୁ ଗୋପାଳପୁର ଠାରେ ଭୟଙ୍କର ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର କୂଳ ଅଞ୍ଚଳରେ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଛି । ଏହାଛଡା ପ୍ରବଳ ବର୍ଷା ମଧ୍ୟ ଗୋପାଳପୁର ଠାରେ ଆରମ୍ଭ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଘଣ୍ଟାକୁ ୧୧ କିଲୋମିଟର ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ତିତଲି । ଏପରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’ । ତେବେ ଏହା ଭୋର ୪ଟାରୁ ସକାଳ ୮ଟାରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟରେ ଏହା ଉପକୂଳ ଛୁଇଁବ । ଏହାଛଡା ତିତଲିର ଆଖି ୧୫୦ କିଲୋମିଟର ବେଗରେ ଘୂର୍ଣ୍ଣିଭୂତ ହେଉଛି ।