ଗୋପାଳପୁରରୁ ୩୫୦ କିଲୋମିଟର ଦୂରରେ ଘୂଣ୍ଣିଝଡ ରୁଆନୁ : ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା

88

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଧିରେ ଧିରେ ସାଂଘାତିକ ରୂପ ନେଉଛି ଘୁର୍ଣ୍ଣିଝଡ ରୁଆନୁ । ଆଇଏମଡି ଆକଳନ ଅନୁସାରେ ଦିନ ସାଢେ ୧୧ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ରୁଆନୁ । ଏବେ ଗୋପାଳପୁରରୁ ରୁଆନୁ ୩୫୦ କିଲୋମିଟର ଦୂରରେ ରହିଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ଏହା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଓଡିଶାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୧୨ ଘଂଟା ମଧ୍ୟରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ଛୁଇଁବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପବନର ବେଗ ୧୧୦ କିଲୋମିଟର ହେବା ଆଶଙ୍କା କରୁଛି ପାଣିପାଗ ବିଭାଗ । ରାଜ୍ୟର ସବୁ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ୨୨ ତାରିଖ ସକାଳେ ଏହି ଘୂର୍ଣ୍ଣିଝଡ ବାଙ୍ଗଲାଦେଶ ଉପକୂଳ ଅତିକ୍ରମ କରିବ । ବାଙ୍ଗଲାଦେଶ ଆଡକୁ ମୁହାଁଉଥିବାରୁ ରୁଆନୁ ଘୂର୍ଣ୍ଣିଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । ତେବେ ଦେଶର ଦକ୍ଷିଣ-ପୂର୍ବ ଉପକୂଳରେ ଝଡର ଖବର ସମୁଦ୍ରକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ବି ଜରୁରୀ ବୈଠକ ବି କରିଛନ୍ତି । ୧୨ଟି ଜିଲ୍ଲାରେ ବାତ୍ୟା ଅଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।