ଓଖି ପାଇଁ ଭାରତୀୟ ନୌସେନାର ସର୍ଚ୍ଚ ଅପରେସନ୍ !

42

କନକ ବ୍ୟୁରୋ : ଓଖି ପାଇଁ ଭାରତୀୟ ନୌସେନାର ସର୍ଚ୍ଚ ଅପରେସନ୍ । ଦକ୍ଷିଣ ଭାରତରେ ଓଖି ତାଣ୍ଡବରେ ଅନେକ ମତ୍ସ୍ୟଜୀବି ପ୍ରାଣ ହରାଇଥିବାବେଳେ ନିଖୋଜ ମତ୍ସ୍ୟଜୀବିଙ୍କୁ ଖୋଜିବା ଆରମ୍ଭ କରିଛି ନୌସେନା । ଏହି ସର୍ଚ୍ଚ ଅପରେସନ୍ରେ ସ୍ଥାନୀୟ ମତ୍ସ୍ୟଜୀବି ମଧ୍ୟ ସାମିଲ ହୋଇଥିଲେ । ଆରବ ସାଗର କେରଳର ତଟିୟ ଅଂଚଳରେ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଅପରେସନରେ ନୌସେନାର ୧୦ଟି ଜାହାଜ ସାମିଲ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଓଖି ପ୍ରଭାବରୁ ଅନେକ ମତ୍ସ୍ୟଜୀବି ନିଖୋଜ ହୋଇ ଥିଲେ । କେନ୍ଦ୍ର ସରକାର ଏହାକୁ ଜାତୀୟ ବିପର୍ଯ୍ୟୟର ଘୋଷଣା ମଧ୍ୟ କରିଥିଲେ ।