ବଙ୍ଗୋପସାଗରରେ ସୃଷ୍ଟ ଅବପାତ ନେଲା ଘୂର୍ଣ୍ଣିଝଡର ରୂପ ! ୨୪ ଘଂଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

25

କନକ ବ୍ୟୁରୋ : ବଙ୍ଗୋପସାଗରରେ ମୋରା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନିଭୂତ ହୋଇ ଆଗାମୀ ୨୪ଘଂଟା ମଧ୍ୟରେ ଅବପାତର ରୂପ ନେଇଛିି । ୪୮ଘଂଟା ମଧ୍ୟରେ ଏହା ତୀବ୍ର ଅବପାତର ରୂପ ନେବା ଆଶଙ୍କା କରାଯାଉଛି । ଧୀରେ ଧୀରେ ଏହା ଝଡର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି ।

ପାରାଦୀପଠାରୁ ୬୫୦କିଲୋମିଟର ଦୂରରେ ରହିଛି ମୋରା । ତେଣୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାରାଦୀପ ଓ ଗୋପାଳପୁରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।