କନକ ବ୍ୟୁରୋ: ବିନାଶକାରୀ ବାତ୍ୟା ତଥା ଓଖିର ତାଣ୍ଡବ ଲୋକଙ୍କୁ ମନରୁ ନଲିଭୁଣୁ ଏବେ ପୁଣି ଏକ ବତ୍ୟା ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗରୁ ସୂଚନା ଦେଇଛି । ଓଖି ବାତ୍ୟାର ତାଣ୍ଡବ ପରେ ଆସନ୍ତା ୫ ତାରିଖ ବେଳକୁ ପୁଣି ଥରେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟାର ଆଶଙ୍କା ଦେଖା ଦେଇଥିଲା । ଯାହାର ପ୍ରଭାବରେ ଅନେକ ଲୋକଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଅନେକ ବାସହରା ହୋଇଯାଇଛନ୍ତି । ତେବେ ଓଖିର ଭୟାବହତା ଲୋକଙ୍କ ମନରୁ ନ ଯାଉଣୁ ଏବେ ପୁଣି ଏକ ଘୂର୍ଣ୍ଣିଝଡ ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କବାଣୀ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏହି ସାମୁଦ୍ରିକ ଘୂର୍ଣ୍ଣିଝଡର ନାମ ରଖାଯାଇଛି ‘ମେକୁନୁ’ । ମେକୁନୁର ପ୍ରଭାବରେ ପ୍ରଭାବରେ ଉପସାଗରୀୟ ରାଷ୍ଟ୍ର ଓମାନ ଓ ୟେମେନରେ ୩ଜଣ ଭାରତୀୟଙ୍କ ୧୧ ଜଣ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ଗତ ଶୁକ୍ରବାର ଏହି ଘୂର୍ଣ୍ଣଝଡ ଓମାନର ଧୋଫର ଓ ଅଲ ୱଷ୍ଟା ପ୍ରଦେଶକୁ ଛୁଇଥିଲା । ଏହାର ପ୍ରଭାବରେ ଘଂଟାକୁ ୧୭୦ କିଲୋମିଟର ବେଗରେ ପବନ ବହିଥିଲା । ସଲାହସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିଝଡ ପ୍ରଭାବରେ ୨ ଜଣ ଭରତୀୟ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟଜଣଙ୍କର କୌଣସି ପତା ମିଳିନି ।
ବଡ କଥା ହେଲା କି, ଏହି ଘୂର୍ଣ୍ଣିଝଡ ଓମାନରେ ତାଣ୍ଡବ ରଚିବା ପରେ ଏବେ ଭାରତ ମୁହାଁ ହୋଇଛି । ଏହାର ପ୍ରଭାବ ବିଶେଷ କରି ମହାରାଷ୍ଟ୍ର ଓ ଗୋଆ ଆଦିରେ ଅଧିକ ଦେଖାଦେଇପାରେ । ଏଥିପାଇଁ ଏହି ଦୁଇ ରାଜ୍ୟକୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ନେଇ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।