ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି : ଆଲର୍ଟ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦେଶ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାତ୍ୟା ମୁକାବିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ । ଏନେଇ ୧୦ଟି ଓଡ୍ରାଫ ଟିମ ଓ ଅନ୍ୟାନ୍ୟ ବିଭାଗକୁ ସଜାଗ କରାଯାଇଥିବା ସୂଚନା ମିଳିଛିି । ଆବଶ୍ୟକୀୟ ମାତ୍ରାରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା ସହ ବିଦ୍ୟୁତ୍ ସେବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି । ସେହିପରି ସରକାରୀ କର୍ମଚାରୀଙ୍କୁ ଛୁଟିରେ ନଯିବାକୁ ପରାମର୍ଶ ଦିଆଯାଇଛି । ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଜରୁରୀ କାଳିନ ଯୋଗାଯୋଗ ପାଇଁ ସାଟେଲାଇଟ ଟେଲିଫୋନର ବ୍ୟବସ୍ଥା କରାଯାଇଛି । ଉପକୂଳବର୍ତି ଜିଲ୍ଲାମାନଙ୍କରେ ୨୪ ଘଂଟିଆ କଂଟ୍ରୋଲ୍ ରୁମ୍ ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି । ସେପଟେ ଆଜି ସଂଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ କଥା ହେବେ । ଘଂଟା ପ୍ରତି ପବନର ବେଗ ୧୦୦ କିଲୋମିଟରରୁ କମ ରହିବ । ତେଣୁ ଆତଙ୍କିତ ହେବାର କାରଣ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ।

ସେପଟେ ସରକାରଙ୍କ ନିର୍ଦେଶ ଅନୁଯାୟୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।