ରାଜନଗରରେ ଅଶାନ୍ତ ସମୁଦ୍ର । ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଲୁଣା ଘେରି ବନ୍ଧ ଡେଇଁ ପଶିଲା ପାଣି । ବୁଡିଗଲା ଘର । ୬୨ ପରିବାର ଜଳମଗ୍ନ ହେବା ଆଶଙ୍କା

518

କନକ ବ୍ୟୁରୋ : ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡଚ ରଚୁଛି ଅମ୍ଫାନ୍ । କେଉଁଠି ଗଛ ଉପୁଡ଼ିଗଲାଣି ତ ଆଉ କେଁଉଡି ଘରେ ପାଣି ପଶିଗଲାଣି । ଜଗତସିଂହପୁର ଇଶ୍ୱରପୁର ପଂଚାୟତର ପୁରୁଷୋତ୍ତମପୁର ଗାଁ ନିକଟରେ ଥିବା ଲୁଘା ଘେରି ବନ୍ଧ ଡେଇଁ ପାଟଶାଳା ନଦୀର ପାଣି ଗାଁ ଭିତରକୁ ପ୍ରବେଶ କରିଛି । ସେହି ଗାଁର ପ୍ରତାପ ମଣ୍ଡଳଙ୍କ ପରିବାର ପାଣି ଭିତରେ ରହିଛି । ସେହି ଗାଁର ୬୨ ପରିବାର ସଂପୂର୍ଣ୍ଣ ଜଳମଗ୍ନ ହେବା ଆଶଙ୍କା ରହିଛି ।

ସେପଟେ ଓଡିଶା -ପଶ୍ଚିମବଙ୍ଗ ସୀମା ଦୀଘାରେ ସମୁଦ୍ରର ଉଗ୍ର ରୂପ ଦେଖିବାକୁ ମିଳିଛି । ସମୁଦ୍ର ଜୁଆର କୂଳ ଲଙ୍ଘୁଛି । ଦୀଘା ସମୁଦ୍ରରେ ତିଆରି ହୋଇଥିବା ୱାଲକୁ ମାଡ ହୋଇ ରାସ୍ତାକୁ ଆସୁଛି । ଏହି ସମୟରେ ପୁଲିସ ବି ରାସ୍ତାରେ ପଇଁତରା ମାରୁଛି ।

ଅନ୍ୟପଟେ ଏସଆରସି ଅଫିସରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ତାଙ୍କୁ ବାତ୍ୟା ବିଷୟରେ ଅବଗତ କରାଇଛନ୍ତି ଏସଆରସି । ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଆସନ୍ତା ୬ରୁ ୮ ଘଂଟା ଗୁରୁତ୍ୱପୂର୍ଣ୍ଣ । ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନ୍ତାନ୍ତର କରାଯାଇଛି । ଏନଡିଆରଏଫ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମୁତୟନ ହୋଇଛନ୍ତି ।