ଗୁଜରାଟ ଆଡକୁ ମାଡିଆସୁଛି ବାତ୍ୟା ବାୟୁ : ଜୁନ ୧୩ରେ ପୋରବନ୍ଦର ଓ ମାହୁଆ ମଧ୍ୟରେ ହୋଇପାରେ ମାଡ

558

କନକ ବ୍ୟୁରୋ : ଗୁଜୁରାଟ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁ । ଘଂଟା ପ୍ରତି ୧୫ କିମୋମିଟର ବେଗରେ ‘ବାୟୁ’ ଗତି କରୁଛି । ବର୍ତମାନ ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗରରରେ ମୁମ୍ବାଇ ଉପକୂଳଠାରୁ ୫୪୦ କିଲୋମିଟର ଓ ଗୁଜୁରାଟ ଉପକୂଳଠାରୁ ୬୯୦ କିମି ଦୂରରେ ରହିଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ।

୧୩ ତାରିଖ ସକାଳ ଗୁଜୁରାଟର ପୋରବନ୍ଦରରୁ ମହୁୱା ମଝିରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ । ବେଳେ ବେଳେ ଏହି ବେଗ ୧୩୫କିମିକୁ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଆକଳନ କରିଛି ଆଇଏମଡି । ସେହପରି ବାତ୍ୟା ବାୟୁ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ ।

ଏହା ସହିତ ଉଚ୍ଚ ଜୁଆର ଆସି ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ କରାଯାଇଛି । ବିଶେଷକରି ପୋରବନ୍ଦର, ଜୁନାଗଡ , ଆମରେଲି ଓ ଗିର-ସୋମନାଥ ଭଳି ଜିଲ୍ଳାର ତଳିଆ ଅଂଚଳ, କଚ୍ଚା ଘର, ଓ ଟିଣ ଛପର ଘରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।