ଓଡିଶା ଉପରୁ ଟଳୁଛିି ବିପଦ : ଆନ୍ଧ୍ର ଆଡକୁ ମୁହାଁଉଛି ସାଇକ୍ଲୋନ୍ କ୍ୟାଂଟ

28

କନକ ବ୍ୟୁରୋ : ଓଡ଼ିଶା ଉପରୁ ବିପଦ ଟଳିବାରେ ଲାଗିଛି । ଆନ୍ଧ୍ର ଉପକୂଳ ମୁହାଁ ହୋଉଛି କ୍ୟାଂଟ । ମିଆଁମାର ଆଡକୁ ଯାଊଥିବା କ୍ୟାଂଟ ରିକର୍ଭ କରିଛି । ଫଳରେ ଓଡ଼ିଶା ଉପକୂଳ ଉପରେ ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ଟଳିବାରେ ଲାଗିଛି । ତେବେ ୧୨ ଘଂଟା ମଧ୍ୟରେ ପ୍ରକୃତ ଗତିପଥ ସ୍ପଷ୍ଟ ହେବ । ଏବେ ଘୂର୍ଣ୍ଣିଝଡ କ୍ୟାଂଟ ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରୁଛି । ଗୋପାଳପୁର ଉପକୂଳ ଠାରୁ ୭୬୦ କିଲୋମିଟର ଦୂରରେ ରହିଛି ।

କ୍ୟାଂଟ ଏବେ ୮କିଲୋମିଟର ପ୍ରତି ଘଂଟା ବେଗରେ ଗତି କରୁଛି । ଆସନ୍ତା ୧୨ଘଂଟା ମଧ୍ୟରେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ବୋଲି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଦେଇଛି । ୨୭ତାରିଖରେ ଏହା ଉତର-ପଶ୍ଚିମ ବଙ୍ଗୋପସାଗରରେ ପହଂଚିବାର ଅନୁମାନ କରାଯାଉଛି । କ୍ୟାଂଟ ଏବେ ଉତର-ପଶ୍ଚିମ ପୋର୍ଟ ବ୍ଲେୟାରଠାରୁ ୫୭୦କିଲୋମିଟର ଓ ପଶ୍ଚିମ-ଦକ୍ଷିଣ ପଶ୍ଚିମ ୟାଙ୍ଗୋନ ଠାରୁ ୪୧୦କିଲୋମିଟର ଦୂରରେ ରହିଛି ।

ତେବେ ଏହା ନିର୍ଦ୍ଦିଷ୍ଟ କେଉଁ ଉପକୂଳରେ ସ୍ଥଳ ଭାଗକୁ ଛୁଇଁବ ନା କଡେକଡେ ଗତି ବଦଳାଇବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ଫାଇଲିନ ଓ ହୁଡହୁଡ ପରି ସେତେଟା ପ୍ରଭାବ ପକାଇବନାହିଁ । ତେବେ ଆକାଶ ମେଘାଚ୍ଛନ୍ନ ରହିବ । ଓଡ଼ିଶାରେ ପବନର ବେଗ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ରହିବା ପାଣିପାଗ ବିଭାଗ ଅନୁମାନ କରୁଛି ।