ବାଟ ଭାଙ୍ଗିଲା ବାତ୍ୟା ! ଓଡିଶା ଉପରୁ ଟଳିଲା ବିପତ୍ତି

51

କନକ ବ୍ୟୁରୋ : ଓଡିଶା ପ୍ରତି ନାହିଁ ବାତ୍ୟାର ବିପଦ । ସାମୁଦ୍ରିକ ଝଡ କ୍ୟାଂଟ ଓଡିଶାରେ ନୁହେଁ ବରଂ ଆନ୍ଧ୍ରପ୍ରଦେଶରେ ସ୍ଥଳ ଭାଗକୁ ଛୁଇଁବାର ସମ୍ଭାବନା ରହିଛି । ଏନେଇ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର ସ୍ପଷ୍ଟ କରିଛନ୍ତି । ତେବେ ଏହାରି ଭିତରେ ଡିପ୍ ଡିପ୍ରେସନ ଘୂଣ୍ଣି ଝଡର ରୂପ ନେଇସାରିଛି । ଏଣୁ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ହେବା ସହ ୪୫ରୁ ୬୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି । ଚାଷୀମାନଙ୍କ ଧାନର ସୁରକ୍ଷା ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ହେବା ସହ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁସବୁ ସ୍ଥାନରେ ଧାନ ଅମଳ ସମୟ ହୋଇଯାଇଛି ଚାଷୀମାନେ ସେସବୁ କାଟି ଆଣି ଗଦା କରି ଘୋଡେଇ ରଖିବାକୁ କୁହାଯାଇଛି । ଏହା ସହ ପରିସ୍ଥିତି ପ୍ରତି ସଂପୂର୍ଣ ଭାବେ ସତର୍କ ଦୃଷ୍ଟି ରଖିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।