ଆସୁଛି ଭର୍ଦା : ଘୂର୍ଣ୍ଣିଝଡର ରୂପ ନେଉଛି ଡିପ୍ ଡିପ୍ରେସନ, ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ଘୂର୍ଣ୍ଣିଝଡ

23

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନ ପରେ ଏବେ ଘୂର୍ଣ୍ଣିଝଡରେ ପରିଣତ ହୋଇଛି । ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ଘୂଣ୍ଣିଝଡ । ଆଇଏମଡିର ସୂଚନା ଅନୁସାରେ ଏହା ଏବେ ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୧୦୬୦କିଲୋମିଟର ଦୂରରେ ରହିଛି ।

ସେହିପରି ଦକ୍ଷିଣ ପଶ୍ଚିମ ପୋର୍ଟ ବ୍ଲେୟାର ଠାରୁ ୨୪୦ ଏବଂ ପୂର୍ବ- ଦକ୍ଷିଣ ପୂର୍ବ ମଛଲିପଟନମରୁ ୧୧ଶହ ୫୦ କିଲୋମିଟର ଦୂରରେ ରହିଛି ଭର୍ଦା । ଓଡିଶାର ଗୋପାଳପୁରଠାରୁ ୧୧ଶହ ୯୦ କିଲୋମିଟର ଦୂରରେ ରହିଛି ।
ବର୍ତମାନ ଏହି ଲଘୁଚାପ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ସହ ଜୋର ପବନ ବହୁଛି । ସମୟ ବଢିବା ସହ ବର୍ଷାର ପରିମାଣ ଓ ପବନର ବେଗ ବଢିବା ଆଶଙ୍କା ରହିଛି ।