ସାମୁଦ୍ରିକ ଝଡ ଗାଜା ପ୍ରଭାବରେ ତାମିଲନାଡ଼ୁରେ ୨୦ ମୃତ : ଏନଡିଆରଏଫ୍ ଓ ଏସଡିଆରଏଫ ଟିମର ଉଦ୍ଧାରକାର୍ଯ୍ୟ ଜାରି

ଆଶ୍ରୟସ୍ଥଳୀରେ ରହିଛନ୍ତି ହଜାର ହଜାର ଲୋକ

287

କନକ ବ୍ୟୁରୋ : ତାମିଲନାଡୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ ଗାଜାର ଗର୍ଜନ । ସାମୁଦ୍ରିକ ଝଡ ଗାଜା ପ୍ରଭାବରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗିପଡିଛି । ସେହିପରି ଟିଣ ଛପର ଓ ଦସ୍ତା ଘରର ଛପର ଉଡିଯାଇଛି । ଏନଡିଆରଏଫ୍ ଓ ଏସଡିଆରଏଫ ଟିମର ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଗଛକୁ ହଟାଇବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଗାଜାର ପ୍ରଭାବରେ ତାମିଲନାଡୁର ଉପକୂଳ ଅଂଚଳରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିଛି ।

ଏହାର ପ୍ରଭାବରେ ତାମିଲନାଡୁରେ ବଡ ବଡ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁରେ ହାଇଆଲର୍ଟ ଜାରି କରାଯାଇଛି । ତାମିଲନାଡୁ ଓ ପୁଡୁଚେରୀରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉପକୂଳ ଅଂଚଳରୁ ପ୍ରାୟ ୬୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୩୦୦ରୁ ଉର୍ଦ୍ଦ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଥିବା ବେଳେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ତାମିଲନାଡୁର ନାଗାପଟ୍ଟନମ ଠାରେ ରାତି ପ୍ରାୟ ସାଢେ ଗୋଟାଏରେ ସ୍ଥଳ ଭାଗ ଛୁଇଁଥିଲା ଗାଜା ।