ବିବାଦ ବଢ଼ାଇଲା ବିଜୁଳି ଖୁଂଟ: ୧୮୦ କିଲୋମିଟର ବେଗର ପବନରେ ବି ସଳଖି ଠିଆ ହୋଇଛି ରେଲୱେ ବିଭାଗର ବିଦ୍ୟୁତ ଖୁଂଟ, ହେଲେ ଲୋଟି ପଡ଼ିଲା ଶକ୍ତି ବିଭାଗ ଖୁଂଟ

1,544

କନକ ବ୍ୟୁରୋ: ବାତ୍ୟାଂଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିଦ୍ୟୁତ ବ୍ୟବସ୍ଥା ଭିତରେ ଆମେ ଆପଣଙ୍କୁ ବିଦ୍ୟୁତ ଭିତିଭୂମିର ଦୁଇଟି ଚିତ୍ର ଦେଖାଇବାକୁ ଯାଉଛୁ । ଯାହାକୁ ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେବ । ଗୋଟିଏ ଚିତ୍ର ହେଉଛି, ଶକ୍ତି ବିଭାଗର ବିଦ୍ୟୁତ ଖୁଂଟ । ହଜାର ହଜାର ସଂଖ୍ୟାରେ ଯାହା ଭାଙ୍ଗିରୁଜି ଯାଇଛି । ଅନ୍ୟଟି ହେଉଛି ରେଳ ବିଭାଗର ବିଦ୍ୟୁତ ଖୁଂଟ, ଯାହା ବାତ୍ୟା ପରେ ବି ସଳଖ ଛିଡ଼ା ହୋଇ ରହିଛି । ତେବେ କେଉଁଠି ରହିଛି ସମସ୍ୟା, ପଢନ୍ତୁ ଏହି ରିପୋର୍ଟ —

ଏହି ଦୁଇଟି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଆମେ ଆପଣଙ୍କ ପାଖରେ ୨ଟି ତୁଳନାତ୍ମକ ଚିତ୍ର ରଖୁଛୁ । ଗୋଟିଏ ହେଉଛି ସେସୁ ଅଧିନରେ ଥିବା ବିଦ୍ୟୁତ ବଂଟନର ଭିତିଭୂମି । ଫନି ବାତ୍ୟା ପରେ କିଭଳି ମାଟିରେ ମିଶିଯାଇଛି ହଜାର ହଜାର ବିଦ୍ୟୁତ ଖୁଂଟି । ଅନ୍ୟ ଚିତ୍ରକୁ ଦେଖନ୍ତୁ , ଏ ହେଉଛି ରେଳ ବିଭାଗର ବିଦ୍ୟୁତ ଖୁଂଟ । ୧୮୦ କିଲୋମିଟର ପବନ ପରେ କିଭଳି ସଳଖ ହୋଇ ଠିଆ ହୋଇଛି ଏହି ବିଦ୍ୟୁତ ଖଂଟଗୁଡ଼ିକ । ଅର୍ଥାତ ବାତ୍ୟା ଫୋନିର କୌଣସି ପ୍ରଭାବ ପଡନି ରେଳ ବିଭାଗ ଅଧିନରେ ଥିବା ବିଦ୍ୟୁତ ଭିତିଭୂମି ଉପରେ ।

କାହିଁକି ମାଟିରେ ମିଶିଲା ଶକ୍ତି ବିଭାଗର ବିଦ୍ୟୁତ ଭିତ୍ତିଭୂମି?

• ବର୍ଷ ବର୍ଷ ଧରି ବିଦ୍ୟୁତ ତାର ଓ ଖୁଂଟ ପରିବର୍ତ୍ତନ ନହେବା

• ଦୁର୍ବଳ ହୋଇ ପଡ଼ିଥିବା ବିଦ୍ୟୁତ ଖଂଟ ଅପରିର୍ତ୍ତିତ ରହିବା

• ୫ ପୁଟ ବଦଳରେ ୨ ଫୁଟ ଗାତରେ ଖୁଂଟ ପୋତିବା

• ସଠିକ୍ ଡିଜାଇନ ଅବଲମ୍ବନ ନକରିବା

• ଦକ୍ଷ ଓ ତାଲିମପ୍ରାପ୍ତ ମାନବ ସମ୍ବଳର ଘୋର ଅଭାବ

ବାତ୍ୟାର ୯ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପହଂଚିପାରିନି ବିଜୁଳି । ବିଜୁଳିକୁ ନେଇ କେଉଁଠି ଗଣ୍ଡଗୋଳ ତ କେଉଁଠି ରାସ୍ତା ରୋକ । କିନ୍ତୁ ଅନ୍ୟପଟେ ବିଭାଗୀୟ ସଚିବଙ୍କ ପାଖରେ ଉତର ନାହି କେବେ ଆସିବ ସଂପର୍ଣ୍ଣ ଅଂଚଳକୁ ବିଦ୍ୟୁତ ।