ଡ଼ିପ୍ରେସନ୍ ରୂପ ନେଲା ‘ଫାନୀ’ । ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରକୁ ବିପଦ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହୋଇପାରେ ବର୍ଷା ।

1,734

କନକ ବ୍ୟୁରୋ: ଡିପ୍ରେସନର ରୂପ ନେଲା ବାତ୍ୟା ‘ଫାନୀ’ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନ ରୂପ ନେଲା । ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତି କରିବ ବାତ୍ୟା । ତେବେ ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ଅନ୍ୟପଟେ ପାଣିପାଗ ବିଭାଗ ସୂଚତା ମୁତାବକ, ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆସନ୍ତା ୩୦ ଓ ୧ ଦୁଇ ଦିନ ଧରି ପ୍ରବଳ ବର୍ଷା ସହ ଭୀଷଣ ପବନ ବହିପାରେ । ବାତ୍ୟା ଫାନି ତାମିଲନାଡୁ ଉପକୂଳ ଛୁଇଁବାକୁ ଥିବା ବେଳେ ଓଡିଶାରେ ଏହାର ସେମିତି ବିଶେଷ ପ୍ରଭାବ ପଡିବନି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।