ଓଡିଶାକୁ ୫୦୦ କୋଟି । ଅମ୍ଫାନ ସମୀକ୍ଷା ପରେ ଓଡିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ପ୍ରଭାବିତ ଅଞ୍ଚଳରେ ସ୍ଥିତିର ସୁଧାର ପାଇଁ ଆଗୁଆ ସହାୟତା ଦେଲେ ମୋଦି

427

କନକ ବ୍ୟୁରୋ: ବାତ୍ୟା କ୍ଷୟକ୍ଷତି ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ସରିଲା ସମୀକ୍ଷା ବୈଠକ । ଅମ୍ଫାନ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା । ବାତ୍ୟା ସ୍ଥିତି ସମୀକ୍ଷା ପରେ ଓଡିଶାକୁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୋଦି । ସ୍ଥିତିର ସୁଧାର ଆଣିବାକୁ ଆଗୁଆ ୫୦୦ କୋଟି ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

ତେବେ ବିଶ୍ୱ ମହାମାରୀ ବେଳେ ଓଡିଶା ମହାବାତ୍ୟାର ଭଲ ମୁକାବିଲା କରିଛି । ଅମ୍ଫାନ ପଶ୍ଚିମବଙ୍ଗ ଯିବା ବେଳେ ଓଡିଶାରେ କିଛି ମାତ୍ରରେ କ୍ଷୟକ୍ଷତି କରିଛି । ପଶ୍ଚିମବଙ୍ଗ ଭଳି ଓଡିଶାରେ ଏତେ ନଷ୍ଟ ହୋଇ ନଥିଲେ ବି କୃଷି, ବିଦ୍ୟୁତ୍, ଯୋଗାଯୋଗ, ନିର୍ମାଣ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏସବୁର ତୁରନ୍ତ ମରାମତି ପାଇଁ ଓଡିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ପ୍ୟାକେଜ ଦିଆଗଲା ବୋଲି ମୋଦି ଘୋଷଣା କରିଛନ୍ତି ।

ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ଦେଇଛନ୍ତି । କେନ୍ଦ୍ରୀୟ ଟିମ୍ ମଧ୍ୟ ଆଉ ଥରେ ଆସି ସ୍ଥିତିର ଅନୁଧ୍ୟାନ କରିବ । ତେବେ ମହାମାରୀ ବେଳେ ମହାବାତ୍ୟାର ମୁକାବିଲ କରିଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମୋଦି । ବାତ୍ୟା ନେଇ ପ୍ରତିଟି ଖବର ଲୋକଙ୍କ ପାଖରେ ପହଞ୍ଚାଇ ଜୀବନ ବଞ୍ଚାଇ ଥିବାରୁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଦେବା ସହ ପ୍ରଶାସନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।