ମୋଦି ଆସିଲେ, ସ୍ଥିତି ଦେଖିଲେ…ଅମ୍ଫାନ ଯିବା ପରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ଦେଖିଲେ ମୋଦି । ଉତ୍ତର ଓଡିଶାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ । ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

368

କନକ ବ୍ୟୁରୋ: ଆକାଶମାର୍ଗରୁ ବାତ୍ୟାର ବିତ୍ପାଦ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ମୋଦି । ମହାବାତ୍ୟା ଅମ୍ଫାନ ପ୍ରଭାବରେ ଉତ୍ତର ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ଆକାଶମାର୍ଗରୁ ଦେଖୁଛନ୍ତି ମୋଦି । ଉକ୍ତ ଜିଲ୍ଲାମାନଙ୍କରେ ଅମ୍ଫାନ କେତେ ଧନସମ୍ପତ୍ତି ଉଜାଡି ଦେଇଛି ତାର ଅନୁଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ମୋଦିଙ୍କ ସହ ବାତ୍ୟାଞ୍ଚଳ ପୁଣି ଥରେ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସ୍ଥିତି ଦେଖିବା ପରେ ଆଜି ପୁଣି ଥରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ଅମ୍ଫାନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଦେଖିବା ବେଳେ ମୋଦି-ନବୀନଙ୍କ ମଧ୍ୟରେ କିଛି ଆଲୋଚନା ମଧ୍ୟ ହୋଇପାରେ । ତେବେ ସମୀକ୍ଷା ପରେ ଓଡିଶାକୁ କେଉଁ ଭଳି ପ୍ୟାକେଜ ଦେଉଛନ୍ତି ତାହା ଅପେକ୍ଷା ।

ସେପଟେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅପରାହ୍ନ ୪ଟା ୫୫ରେ ଭୁବନେଶ୍ୱର ଫେରି ୫ଟାରୁ ୬ ପର୍ୟ୍ୟନ୍ତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗୀ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟା୧୫ରେ ଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି। ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବାତ୍ୟା ଅମ୍ଫାନ ବିପନ୍ନ ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଛନ୍ତି।