କୋଲକାତାରେ କରାଳ ରୂପ ଦେଖାଇଲା ଅମ୍ଫାନ । ମୁଖ୍ୟମନ୍ତ୍ରୀ ମମତା କହିଲେ, ଅମ୍ଫାନରେ ଯାଇଛି ୭୨ ଜୀବନ, କେତେ କ୍ଷୟକ୍ଷତି ହୋଇଛି ଚାଲିଛି ଆକଳନ ।

2,586

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଭିଷିକା ରଚିଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ଜୀବନ ଯାଇଛି । ଏବଂ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି, ପ୍ରକୃତିର ଏଭଳି ରୂପ ସେ ଆଗରୁ କେବେ ଦେଖି ନଥିଲେ । ଏବେ ବି ଅବସ୍ଥା ସୁଧୁରିନ । କେତେ କ୍ଷତି ହୋଇଛି ସେ ନେଇ ସ୍ପଷ୍ଟ ଜଣାପଡିନାହିଁ । ଏହାର ଆକଳନ ଚାଲିଛି ।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟର ବାତ୍ୟାଂଚଳ ବୁଲି ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ମମତା । ବାତ୍ୟା ଅମ୍ଫାନ ଘଂଟାପ୍ରତି ୧୬୦ ରୁ ୧୮୦ କିଲୋମିଟର ବେଗରେ ବହିବା ସହ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟାରେ କୋଲକାତାର ବିମାନବନ୍ଦରରେ ବ୍ୟାପକ କ୍ଷତି ପହଁଚାଇଛି । କେତେକ ଅଂଚଳରେ ପାଣି ଜମି ରହିଛି । ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନରେ ବାତ୍ୟା ଅମ୍ଫାନ ମାଡ ହୋଇଥିଲା । ଆମ ଆକଳନଠୁ ବି ଅତି ଭୟଙ୍କର ତାଣ୍ଡବ ରଚିଲା ଅମ୍ଫାନ ବୋଲି କହିଛନ୍ତି ମମତା ।

ଅମ୍ଫାନ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ସମେତ କୋଲକାତା ମହାନଗରୀ ବି କ୍ଷତିଗ୍ରସ୍ତ ହୋଇଛି । କୋଲକାତା ବିମାନବନ୍ଦର ପରିସରରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ପରିସରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ବନ୍ଦରର ଚାରିଆଡେ ଜମି ରହିଛି ପାଣି । ୬ଘଂଟା ଧରି ଅମ୍ପାନର ପ୍ରକୋପରେ କୋଲକାତା ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି । ଚାରିଆଡେ ପାଣି ଜମିଥିବା ବେଳେ ରନୱେ ଓ ହେଙ୍ଗର ଅଂଚଳ ପାଣିରେ ବୁଡି ରହିଛି ।

କୋଲକାତା ବିମାନ ବନ୍ଦରରେ ମାର୍ଚ୍ଚ ୨୫ରୁ ତାଲାବନ୍ଦ ଯୋଗୁଁ ବିମାନ ଚଳାଚଳ ବନ୍ଦ ହୋଇଥିବା ବେଳେ କେବଳ କାର୍ଗୋ ବିମାନ ଓ ବନ୍ଦେ ଭାରତ ମିଶନ ଜରିଆରେ କେତେକ ବିମାନ ଚଳାଚଳ କରୁଛି । କିନ୍ତୁ ଅମ୍ପାନ ପାଇଁ ତାକୁ ମଧ୍ୟ ମନ୍ଦ କରିଦିଆଯାଇଥିଲା । ଯାହା ଏବେ ବି ବନ୍ଦ ରହିଛି । ଅମ୍ଫାନ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ବହିଥିଲା । ଏଥିପାଇଁ ପଶ୍ଚିମବଙ୍ଗ ବହୁ ଧନ ଜୀବନ ନଷ୍ଟ ହୋଇଛି । ଏବଂ ଜନ ଜୀବନ ବାଧାପ୍ରାପ୍ତ ହୋଇଛି ।