ମାଡି ଆସୁଛି ଘୂର୍ଣ୍ଣିଝଡ ରୁଆନୁ:ବାତ୍ୟା ମୁକାବିଲା ପାଇଁ ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ମୁଖ୍ୟଶାସନ ସଚିବ, ଏସଆରସି ଓ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଘଂଟାପ୍ରତି ବାତ୍ୟାର ବେଗ ୧୦ କିଲୋମିଟରରୁ କମ ରହିବ । ତେଣୁ ଆତଙ୍କିତ ହେବାର କିଛି ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ କଥା ହେବେ । ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଟିମ୍ ଓ ଅନ୍ୟାନ୍ୟ ବିଭାଗକୁ ସଜାଗ କରାଯାଇଥିବା ସେ କହିଛନ୍ତି।