ଜଗତସିଂହପୁରରେ ଫୋନି କରୁଛି ତାଣ୍ଡବ ! ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡି ପଡିଲା ବଡ ବଡ ଗଛ

ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି

1,051

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ଫୋନି ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି । କେବଳ ଯେ, ଗଛ ଉପୁଡି ପଡିଛି ତାହା ନୁହେଁ ବରଂ ରାସ୍ତା ପାଖରେ ଥିବା ଅନେକ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ଫୋନିର ପ୍ରଭାବ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ପଡିବ । ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାବାନୁମାନ ସଠିକ ରହିଛି । ପ୍ରବଳ ପବନ ସାଂଗକୁ ବର୍ଷା ଅଣାୟତ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଲୋକଙ୍କୁ ।

 

ତେବେ ପ୍ରବଳ ପବନ ହେଉଥିବା କାରଣରୁ ରାସ୍ତା କଡରେ ଥିବା ଅନେକ ଗଛ ଉପୁଡିପଡିଛି । କେବଳ ଗଛ ଉପୁଡିପଡିଛି ତାହା ନୁହେଁ ବିଦ୍ୟୁତ ବିଭାଗର ଅନେକ ଖୁଣ୍ଟ ମଧ୍ୟ ରାସ୍ତାରେ ପଡିଯାଇଛି । ବିଦ୍ୟୁତ ସରବରାହ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପ୍ରବଳ ବର୍ଷା ହେଉଥିବା ବେଳେ ମଧ୍ୟ ରାସ୍ତାକୁ ସଫା କରିଯାଉଛି । ଯେପରି କୌଣସି ଲୋକଙ୍କୁ କ୍ଷତି ନପହଞ୍ଚେ ତାହାକୁ ନେଇ ସମୀକ୍ଷା ଚାଲିଛି । ତେବେ କହିବାକୁ ଗଲେ ଜଗତସିଂହପୁରରେ ମଧ୍ୟ ଫୋନିର ପ୍ରଭାବ ସିଧାସଳଖ ଭାବରେ ପଡିଛି ।