ସାଇକେଲରେ ରେଳ ଲାଇନ୍ ଅତିକ୍ରମ କରୁଥିଲେ ବ୍ୟକ୍ତି : ଉଭୟ ପାର୍ଶ୍ୱରୁ ଆସିଲା ଟ୍ରେନ୍, ତା’ପରେ…

ରେଳଲାଇନ ପାର ହେଉଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

254

ଜଣେ ସାଇକେଲ ଆରୋହୀ ଟ୍ରେନ ଆସୁଥିବା ସମୟରେ ରେଳଲାଇନ ପାର ହେଉଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛି ସେ ସ୍ତବ୍ଧ ହୋଇ ଲୋକଟିର ଭାଗ୍ୟକୁ ସାବାସୀ ଦେଉଛି।

ନେଦରଲ୍ୟାଣ୍ଡ ରେଲୱେ ଇନଫ୍ରାଷ୍ଟ୍ରକଚର ଏଜେନ୍ସି ଦ୍ଵାରା ଜାରି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକଟି ସାଇକେଲ ଧରି ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ହଠାତ ଟ୍ରେନକୁ ଦେଖି ରହିଯାଉଛନ୍ତି । ତେବେ ଟ୍ରେନଟି ଯିବା ପରେ ସେ ସାଇକେଲ ଚଲାଇବା ଆରମ୍ଭ କରୁଛନ୍ତି। କିନ୍ତୁ ହଠାତ ଆଉ ଏକ ଟ୍ରେନ ବିପରୀତ ଦିଗରେ ଆସି ଯାଇଥିଲା । ଫଳରେ ଯୁବକ ଜଣଙ୍କ ନିଜ ଜୀବନ ଆକୁଳରେ ସାଇକେଲ ଚଲାଇ ବଞ୍ଚି ଯାଇଛି। ଏହି ଘଟଣା ପରେ ଦଇବ ଯୁବକଙ୍କୁ ସାହା ହୋଇଥିବା କଥା କେତେକ କହୁଛନ୍ତି। ପ୍ରୋ-ରେଲ ବର୍ତ୍ତମାନ ଯୁଦ୍ଧକାଳୀନ ପରିସ୍ଥିତିରେ ବିନା ଗାର୍ଡରେ ଥିବା କ୍ରସିଂରେ ଗାର୍ଡ ନିଯୁକ୍ତି ପାଇଁ ଲାଗିପଡିଛନ୍ତି।