ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ନିଆରା ଉଦ୍ୟମ ! ସାଇକେଲରେ ଭଦ୍ରକରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କଲେ ବିଭୂତି ।

69

କନକ ବ୍ୟୁରୋ : ଶ୍ରଦ୍ଧାଂଜଳି ପାଇଁ ସାଇକେଲ । ପୁଲୱାମା ସହିଦଙ୍କ ସ୍ମୃତିରେ ନିଆରା ଶ୍ରଦ୍ଧାଂଜଳି ଜଣାଇଛନ୍ତି ଭଦ୍ରକ ଚାନ୍ଦବାଲି ଘଂଟେଶ୍ୱର ଅଂଚଳର ବିଭୁତି ଭୁଷଣ ପଣ୍ଡା । ସହିଦଙ୍କୁ ସମ୍ମାନ ଜଣାଇ ବିଭୁତି ଭଦ୍ରକରୁ ସାଇକେଲ ଯୋଗେ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ବିଭୁତି । ସାଇକେଲ ହେଣ୍ଡେଲରେ ୨ଟି ଜାତୀୟ ପତାକା ଲଗାଇ ଏକ ପୋଷ୍ଟର ମାରିଛନ୍ତି  । ଯେଉଥିରେ ସେ ସାଲ୍ୟୁଟ୍ ଫର ସୋଲଜର ଲେଖିବା ସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ କେତୋଟି ବାର୍ତା ଲେଖିଛନ୍ତି ।

ବିଭୁତି ଆଗରୁ ଭଦ୍ରକ ସାମାଜିକ ସଂଗଠନ ସହିଦ ଭଗତ ସେନାରେ ସାମିଲ ହୋଇ ଲୋକଙ୍କ ପାଇଁ କାମ କରୁଥିଲେ । ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜମାଇବା ଉଦ୍ଦେଶ୍ୟରେ କିଛି ଏଭଳି ନିଆରା ପଦକ୍ଷେପ ଆପଣେଇଛନ୍ତି ବିଭୂତି, ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଏବେ ଆକ୍ରୋଶର ନିଆଁ ଜଳୁଥିବା ବେଳେ ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଜୋରଦାର ଦାବି ମଧ୍ୟ ହେଉଛି । ଆଉ ଏହାରି ଭିତରେ ସହିଦ ଯବାନ ମାନଙ୍କୁ କିଛି ନିଆରା ଢଙ୍ଗରେ ଦିଆଯାଉଛି ଶ୍ରଦ୍ଧାଞ୍ଜଳି ।