ମାତ୍ର ୩ଟଙ୍କା ଖର୍ଚ୍ଚ କରି ବ୍ୟାଙ୍କ ଖାତାକୁ ରଖନ୍ତୁ ସୁରକ୍ଷିତ । ଜାଣନ୍ତୁ ଠକାମିରୁ ଦୂରେଇ ରହିବାର ଉପାୟ

ବ୍ୟାଙ୍କ ଖାତାକୁ ସୁରକ୍ଷିତ ରଖନ୍ତୁ ମାତ୍ର ୩ଟଙ୍କାରେ

173

ଟେକ୍ନୋଲୋଜିର ବିସ୍ତାର ହେବା ଦ୍ୱାରା ସାଇବର ରିସ୍କରେ ଲଗାତାର ବୃଦ୍ଧି ଘଟୁଛି । ଏହି କାରଣରୁ ଲୋକଙ୍କ ପାଇଁ ସାଇବର ସିକ୍ୟୁରିଟି ଜରୁରୀ ହୋଇପଡିଲାଣି । ଯଦି ଆପଣ ବି ନିଜ ଟଙ୍କାକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ନେଇପାରିବେ ଏହି ବିଶେଷ ସିକ୍ୟୋର ପଲିସି । ଏଚଡିଏଫସି ଏର୍ଗୋ ଏକ ସାଇବର ବୀମା ପଲିସି ଲଂଚ କରିଛି । ଏଥିରେ ୫୦,୦୦୦ ଟଙ୍କାର ବୀମା ପ୍ରତିଦିନ ମାତ୍ର ୩ଟଙ୍କା ଖର୍ଚ୍ଚ କରି ନିଆଯାଇପାରିବ ।

ଏହି ବିପଦରୁ ରଖିବ ସୁରକ୍ଷିତ : ଏହି ପଲିସି ଅନେକ ପ୍ରକାରର ସାଇବର ବିପଦରୁ ସୁରକ୍ଷା ଦେବ । ଏଥିରେ ଫ୍ରଡ ଅନଲାଇନ୍ ଟ୍ରାଂଜେକ୍ସନ, ଫିଶିଙ୍ଗ ଓ ଇମେଲ ସ୍ପୁଫିଙ୍ଗ, ଇ-ଏକ୍ସଟାର୍ସନ, ପରିଚୟ ଚୋରି ଓ ସାଇବର ବୁଲିଙ୍ଗ ସାମିଲ ଅଛି । ଏଚଡିଏଫସି ଏର୍ଗୋ ର ଏହି ସାଇବର ବୀମା ପଲିସି ସାଧାରଣ ଲୋକ ଓ ତାଙ୍କ ପରିବାରକୁ ସାଇବର ଫ୍ରଡ୍, ଡିଜିଟାଲ ଧମକ ବା ସାଇବର ଆଟାକ୍ କାରଣରୁ ହେଉଥିବା ଆର୍ଥିକ/ଛବି ର କ୍ଷତିକୁ ପୂରଣ କରେ ।

ଅନଲାଇନ୍ କାରବାର ମାମଲାରେ ଭାରତ ଦୁନିଆର ଦ୍ୱିତୀୟ ପ୍ରମୁଖ ବଜାର । ଏଠି ସାଇବର ବୀମା କାରବାରରେ ବିସ୍ତାରର ଅପାର ସମ୍ଭାବନା ଅଛି । ସାଇବର ରିସ୍କ ଓ ଠକେଇରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ଏକ ରିପୋର୍ଟ ମୁତାବକ, ବର୍ଷ ୨୦୧୬ରେ ଦେଶରେ ସାଇବର କ୍ରାଇମ୍ ଘଟଣାରେ ୬.୩ ପ୍ରତିଶତର ବୃଦ୍ଧି ହୋଇଛି ।