ବିମୁଦ୍ରାକରଣ ପରେ ସାଇବର କ୍ରାଇମ ରୋକିବା ଚିନ୍ତା : ରାଜ୍ୟରେ କାର୍ଯ୍ୟକ୍ଷମ ହେବ ସାଇବର ଫରେନସିକ୍ ଡିଭିଜନ

16

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିମୁଦ୍ରାକରଣ ପରେ ରାଜ୍ୟରେ ବଢିପାରେ ସାଇବର କ୍ରାଇମ । ଯାହାକୁ ରୋକିବା ନେଇ ଚିନ୍ତା ପ୍ରକଟ ହୋଇଛି । ସାଇବର କ୍ରାଇମ୍ ରୋକିବା ନେଇ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ କାର୍ଯ୍ୟକ୍ଷମ ହେବ ସାଇବର ଫରେନସିକ୍ ଡିଭିଜନ ।

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ସାଇବର ଥାନା । କ୍ରାଇମବ୍ରାଂଚ ମୁଖ୍ୟାଳୟରେ ବସିଥିବା ସାଇବର କ୍ରାଇମ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଡିଜି ବି.କେ.ଶର୍ମା । ଏହି ବୈଠକରେ ୩୬ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।