ବତ୍ତର୍ମାନ ସମୟରେ ପ୍ରାୟ ସମସ୍ତ କାରବାର ଅନଲାଇନ୍ ଜରିଆରେ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କ୍ୟାସଲେସ କାରବାର ପାଇଁ ପ୍ରୋତ୍ସାହିତ କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଏସବୁ ମଧ୍ୟରେ ମୁଣ୍ଡବିନ୍ଧାର କାରଣ ସାଜିଛି ଅନଲାଇନ୍ ଠକେଇ । ପ୍ରାୟ ସମୟରେ ଲୋକମାନେ ଅନଲାଇନ୍ ଠକେଇର ଶିକାର ହେଉଥିବା ଶୁଣିବା ପାଇଁ ମିଳୁଛି । ଭାରତରେ ପ୍ରାୟ ପ୍ରତି ୧୦ ମିନିଟରେ ସାଇବର ଅପରାଧ ଘଟେ । ଚଳିତ ବର୍ଷ ଜାନୁୟାରୀରୁ ଜୁନ ମଧ୍ୟରେ ପାଖାପାଖି ୨୭,୪୮୨ରୁ ଅଧିକ ସାଇବର ମାମଲା ରୁଜୁ କରାଯାଇଛି । ବିଗତ ୩ ବର୍ଷ ମଧ୍ୟରେ ଏହି ମାମଲା ୧.୭୧ ବୃଦ୍ଧି ପାଇଛି । ତେବେ ସୂଚନା ଅନୁସାରେ ସାଇବର ଅପରାଧ ଲଗାତାର ବଢ଼ିବାରେ ଲାଗିଛି । ତେବେ ଏଥିମଧ୍ୟରୁ ପ୍ରାୟ ସାଇବର ମାମଲା ପୋଲିସ ପାଖକୁ ଆସିପାରେନି । ଆଉ ଅନେକ ବ୍ୟକ୍ତି ଏକଥା ମଧ୍ୟ ଜାଣି ନାହାନ୍ତି, ଅନଲାଇନ ଠକେଇର ଶିକାର ହେଲେ କିପରି ଅଭିଯୋଗ କରାଯାଏ ।

ସାଇବର ଅପରାଧର ପ୍ରାୟତଃ ମାମଲା ଇନଫରମେସନ ଟେକ୍ନାଲେିଜି ଆକ୍ଟ (ଆଇଟି) ନିୟମ ୨୦୦୦ ଅନୁସାରେ ରୁଜୁ କରାଯାଏ । ଗତ ୨୦୦୮ରେ ଏନେଇ ଆଇଟି ନିୟମରେ ସଂଶଧୋନ ହୋଇଛି । ଏହା ବ୍ୟତୀତ ଅନେକ ମାମଲା ଆଇଟି ନିୟମ ଓ ଆଇପିସି ଅନୁସାରେ ମାମଲା ରୁଜୁ କରାଯାଏ । ଏଥିରୁ ସ୍ପଷ୍ଟ ହେଉଛି ସାଇବର ଅପରାଧ ଅନୁସାରେ ସମସ୍ତ ମାମଲା କେବଳ ଆଇଟି ନିୟମ କଭର ହୋଇପାରେନି । ଆଇପିସିରେ ମଧ୍ୟ କେସ କରାଯାଏ ।  ଏହା ବ୍ୟତୀତ ସାଇବର ଅପରାଧର ଅଭିଯୋଗ ପୋଲିସ ଷ୍ଟେସନରେ ମଧ୍ୟ କରାଯାଇପାରିବ । ଅନ୍ୟ ଅପରାଧିକ ମାମଲା ପରି ହିଁ ଏହି ମାମଲା ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇପାରିବ । ସମସ୍ତ ଥାନାରେ ଥାଏ ଏକ ସାଇବର କ୍ରାଇମ ସେଲ୍ । ଯଦି ଆପଣଙ୍କ ସହ ଅନଲାଇନ୍ ଠକେଇ ହୋଇଛି ତେବେ ଆପଣ ସାଇବର ସେଲରେ ଅଭିଯୋଗ କରିପାରିବେ । ଗୃହ ମନ୍ତ୍ରାଳୟରେ ମଧ୍ୟ ମହିଳା ଓ ଶିଶୁଙ୍କ ସହ ହେଉଥିବା ଅନଲାଇନ ଅପରାଧ ବିରୋଧରେ ଅଭିଯୋଗ କରାଯାଇପାରିବ । ଏଥିପାଇଁ ଗୃହ ମନ୍ତ୍ରାଳୟ ତା’ର ଆପ୍ ଲଂଚ କରିବା ପାଇଁ ଯାଉଛି ।

କେଉଁ ମାମାଲାରେ କେଉଁ ଧାରା ଲାଗେ –
ହାକିଂ, ଡାଟା ଚୋରୀ, ଭାଇରସ ଆଟାକ ଓ କୌଣସି ପ୍ରକାର କୋଡ଼କୁ ଡିକୋଡ଼ କରିବା ଆଦି ମାମଲା ପାଇଁ ଆଇଟି ନିୟମର ଧାରା ୬୬ ଓ ଧାରା ୪୩ ଅନୁସାରେ ମାମଲା ରୁଜୁ କରାଯାଏ । ଅନ୍ୟପଟେ କ୍ରେଡିଟ୍ ସ ଡେବିଟର ଚୋରୀ, ମୋବାଇଲ ସିମ୍ କାର୍ଡ଼ର ନକଲ ଏବଂ ଏହି ସମ୍ମନ୍ଧୀତ ମାମଲା ପାଇଁ ଆପିପିସ ଧାରାରେ ମାମଲା ରୁଜୁ କରାଯାଏ । ଏହି ମାମଲା ଗୁଡ଼ିକ ପାଇଁ ଆଇପିସ ଧାରା ୪୬୩ ଓ ଧାରା ୪୭୧ ଅନୁସାରେ ମାମଲା ରୁଜୁ କରାଯାଏ । ଏହା ବ୍ୟତୀତ ଅନଲାଇନ ଠକେଇ ମାମାଲାରେ ଆଇଟି ନିୟମର ଧାରା ୬୬ଡି ଅନୁସାରେ କେସ କରାଯାଇପାରିବ । ଏହାସହ ଅଶ୍ଳୀଳତା ମାଲାରେ ଆଇପିସି ସଅ ଆଇଟି ନିୟମର ଧାରା ୬୬ଇ ଓ ୬୭ଏ ଅନୁସାରେ କେସ୍ ଫାଇଲ କରିପାରିବେ ।