ବିନା ୱାରେଣ୍ଟରେ ଅପରାଧୀଙ୍କୁ ଗିରଫ କରିପାରିବେ ପୋଲିସ୍ ଅଧିକାରୀ ! ଜାରୀ ହେଲା ନୂଆ ନିୟମ ।

82

କେନ୍ଦ୍ର ସରକାର ଦେଶରେ ବଢୁଥିବା ସାଇବର୍ ଅପରାଧ ବିରୁଦ୍ଧରେ ଆକ୍ସନ୍ ନେବା ପାଇଁ ଆଇଟି ଆକ୍ଟରେ ପ୍ରମୁଖ ସଂଶୋଧନ କରିବାକୁ ଯାଉଛି । ଏହି ଆକ୍ଟ ଅନୁସାରେ ସବୁ ଇନସ୍ପେକ୍ଟର ସ୍ତରର ପୋଲିସ୍ ଅଧିକାରୀଙ୍କୁ ଏହି ଅଧିକାର ସୁବିଧା ପ୍ରଦାନ କରାଯିବ । ଏହି ଆକ୍ଟରେ ପୋଲିସ୍ ଅଧିକାରୀଙ୍କୁ କୌଣସି ବ୍ୟକ୍ତି କିମ୍ବା ସ୍ଥାନର ଜାଞ୍ଚ୍ ,ନିରୀକ୍ଷଣ କିମ୍ବା ପ୍ରମୁଖ କାରଣକୁ ନଜରରେ ରଖି ବିନା ୱାରେଣ୍ଟରେ ସନ୍ଦିଗ୍ଧକୁ ଗିରଫ କରିପାରିବେ ।

ଏହି ନିୟମ ଲାଗୁ ହେଲେ ସାଇବର୍ ଅପରାଧୀକୁ ଧରିବା ଗତି ଆଉ ଧିର ହେବନାହିଁ । ପୂର୍ବରୁ ଏଥିପାଇଁ ସଠିକ୍ ନିୟମ ନଥିବାରୁ ଅପରାଧିକୁ ଧରିବା ଖୁବ୍ କଷ୍ଟକର ହୋଇପଡୁଥିଲା । ଆଇଟି ଆକ୍ଟର ସଂଶୋଧନରେ ସାଇବର୍ ଅପରାଧ ମାମଲାକୁ ଦେଖାଶୁଣା କରୁଥିବା ଅଧିକାରୀଙ୍କୁ ସଂରକ୍ଷଣ କରିବାର ଅଧିକାର ମଧ୍ୟ ରହିବ । ମୁଖ୍ୟ କାରଣ ଦର୍ଶାଇ ସନ୍ଦିଗ୍ଧ ବ୍ୟକ୍ତି ,କମ୍ପାନୀ କିମ୍ବା ଅନ୍ୟ କୌଣସି ଯବାବ୍ କାନୁନ୍ ମାମଲା କରିପାରିବେ ନାହିଁ ।

ଅଶ୍ଲିଳ ମେସେଜ୍ କିମ୍ବା ଫଟୋ,ଭିଡିଓ ଅନ୍ୟ କାହାକୁ ପଠାଇଲେ ହେବ କାନୁନ୍ :

ସଂଶୋଧନରେ ଅଶ୍ଲିଳ ସାମଗ୍ରୀର ପ୍ରସାରକୁ ରୋକିବା ପାଇଁ ନୂଆ ଇଲେକ୍ଟ୍ରୋନିକ୍ ମାଧ୍ୟମକୁ ସାମିଲ୍ କରାଯାଇଛି । ଏହି ଆକ୍ଟ ଅନୁସାରେ ଅଶ୍ଲିଳ ସାମଗ୍ରୀ ଡାଉନଲୋଡ୍ କରି ଅନ୍ୟ ଲୋକଙ୍କୁ ପଠାଇବା କାମ କରିବାରେ ପୋଲିସ୍ ସହଜରେ ଆପଣଙ୍କୁ ଗିରଫ କରିପାରିବ । ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ଚାଲୁଥିବା ବିଭିନ୍ନ ଆପରେ ଅଶ୍ଲିଳ ସାମଗ୍ରୀ ରହିବା ଫଳରେ ଏହାର ପ୍ରସାର ମଧ୍ୟ ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ହୋଇଯାଇଥାଏ । କିନ୍ତୁ ବିଡମ୍ବନାର କଥା ଏହା ବିରୋଦ୍ଧରେ କୌଣସି କାନୁନ୍ ନାହିଁ ।