ସନ୍ଦେହରେ ସ୍ୱାଇପ୍ ମେସିନ୍ ! ଗ୍ରାହକଙ୍କୁ ସତର୍କ ରହିବାକୁ କହିଲା ଭାରତ ସରକାରଙ୍କ ସାଇବର୍ ସେଲ୍

34

କନକ ବ୍ୟୁରୋ : ସନ୍ଦେହରେ ସ୍ୱାଇପ୍ ମେସିନ୍ । ଭାରତ ସରକାରଙ୍କ ପ୍ରମୁଖ ସାଇବର ସେଲ୍-କମ୍ଫ୍ୟୁଟର ଇମରଜେନ୍ସୀ ରେସପନ୍ସ ଟିମ୍, ସ୍ୱାଇପ ମେସିନ ବ୍ୟବହାର ଉପରେ ପରାମର୍ଶ ଜାରି କରିଛି । ଏହି ସଂସ୍ଥା କହିଛି, ସ୍ୱାଇପ୍ ମେସିନ ବା ମାଇକ୍ରୋ ଏଟିଏମ୍ କିମ୍ବା ପଏଂଟ ଅଫ୍ ସେଲ୍ ମେସିନ୍ ବ୍ୟବହାର ସମୟରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବା ଦରକାର ।

ନଚେତ ଗ୍ରାହକଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବୁ ତଥ୍ୟ ସାଇବର ଅପରାଧୀ ପାଇଯିବାର ଆଶଙ୍କା ରହିଛି । ବିମୁଦ୍ରାକରଣ ପରେ ସପିଂ ମଲ୍ ଓ ଅନ୍ୟ ଦୋକାନ ମାନଙ୍କରେ ଏହି ମେସିନର ବ୍ୟବହାର ବଢିଯାଇଛି । ତେଣୁ ଏହି ସମୟରେ ସ୍ୱାଇପ୍ ମେସିନର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ଲୋକଙ୍କୁ ଚିନ୍ତାରେ ପକାଇଦେଇପାରେ ।