ପପୁଙ୍କ ଜାମିନ୍ ନାମଂଜୁର କରାଇବାକୁ ବରିଷ୍ଠ ଓକିିଲଙ୍କୁ ଏକାଠି କଲା ସିଡବ୍ଲୁସି

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମ୍ ପମଙ୍କ ପାଇଁ ବଢୁଛି ଅଡୁଆ । ନାବାଳିକା କାଷ୍ଟିଂ କାଉଚ ମାମଲାରେ ଦୀର୍ଘ ଏକ ମାସ ଧରି ଜେଲରେ ଅଛନ୍ତି ଓଲିଉଡର କମେଡି କିଙ୍ଗ୍ । ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଗତ ୧୧ ତାରିଖରେ ତାଙ୍କ ଜାମିନ ନାମଜୁଂର କରିବା ପରେ ଏବେ ହାଇକୋର୍ଟଙ୍କ ହାତରେ ପପୁଙ୍କ ଭାଗ୍ୟ । ଏଭଳି ସ୍ଥିତିରେ ପପୁଙ୍କୁ ବେଲ୍ ନଦେବା ନେଇ ଅଂଟା ଭିଡିଛି ସିଡବ୍ଲୁସି ।

ଆଇନଜୀବୀଙ୍କୁ ନେଇ ଆଇନର ବେଡି ପକାଇବାକୁ ରଣନୀତି କରିଛି ସିଡବ୍ଲୁସି । ତେଣୁ ହାଇକୋର୍ଟରେ ପୀଡିତା ନାବାଳିକାଙ୍କ ସପକ୍ଷର ଲଢିବାକୁ ଏକାଠି କରୁଛି ବରିଷ୍ଠ ଓଳିଲଙ୍କୁ । ଏଥିପାଇଁ ସିଡବ୍ଲ୍ୟୁସିର କ୍ଲାପ୍ ଲିଗାଲ୍ ସର୍ଭିସ୍ ଇନଷ୍ଟିଚ୍ୟୁଟର ସହାୟତା ଲୋଡିଛି । ଯେଉଁମାନେ ସରକାରୀ ଓକିଲଙ୍କୁ ସହାୟତା କରିବେ ।

ସେପଟେ ପପୁଙ୍କ ପାଇଁ ହାଇକୋର୍ଟରେ ଲଢିବାକୁ ଓକିଲ ସ୍ଥିର ହୋଇ ସାରିଛନ୍ତି । ଯାହାଙ୍କ ପାଖରେ ଜାମିନ୍ ଦେବା ନେଇ ରହିଛି ବଳିଷ୍ଠ ଯୁକ୍ତି । ଏବେ କେବଳ ଅପେକ୍ଷା ହାଇକୋର୍ଟଙ୍କ ଶୁଣାଣି ତାରଖକୁ ।