ବୁଦ୍ଧିଆ ନିଖୋଜ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଲା ସିଡବ୍ଲୁସି

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେଉଁଠି ଅଛି ବିସ୍ମୟ ବାଳକ ବୁଦ୍ଧିଆ ସିଂ। କିଛି ଦିନ ହେଲା ବୁଦ୍ଧିଆଙ୍କ ନିଖୋଜ ନେଇ ଚର୍ଚା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ନୟାପଲ୍ଲୀ ଥାନାରେ ଏତଲା ଦେଇଛି ସିଡବ୍ଲୁସି। ବୁଦ୍ଧିଆ ସିଂ, ବର୍ଣ୍ଣ ଟୁ ରନ୍ ଫିଲ୍ମ ପ୍ରଯୋଜକ ଶୁଭମିତ୍ର ସେନଙ୍କୁ ବି ନୋଟିସ କରିଛି ସିଡବ୍ଲୁସି । ବୁଦ୍ଧିଆ କେଉଁଠି ଅଛି ସେମ୍ପର୍କରେ ଜାଣିବାକୁ ଚାହିଁଛି ଶିଶୁ ଅଧିକାର କମିଟି । ଯଦି ବୁଦ୍ଧିଆ ମୁମ୍ବାଇରେ ଅଛି ତେବେ ମୁମ୍ବାଇର କେଉଁଠି ଅଛି ସେ ସମ୍ପର୍କରେ ଜଣାଇବାକୁ ନୋଟିସରେ କୁହାଯାଇଛି। ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ସିଡବ୍ଲୁସି।