ରୁଚିକା ଚାଇଲ୍ଡଲାଇନରୁ ୧୧ଜଣ ପିଲା ନିଖୋଜ ହେବା ଘଟଣା! ଏଯାଏଁ ପୁଲିସର ହାତ ଖାଲି

38

କନକ ବ୍ୟୁରୋ: ଭୁବନେଶ୍ୱର ରୁଚିକା ଚାଇଲ୍ଡଲାଇନରୁ ୧୧ଜଣ ନିଖୋଜ ପିଲାଙ୍କର ଏଯାଏଁ କୌଣସି ପତା ମିଳିନି । । ଗତ ୧ ତାରିଖ ରାତିରେ ଗାଧୁଆ ଘର ସ୍କାଏଲାଇଟ ଭାଙ୍ଗି ପିଲାମାନେ ଚମ୍ପଟ ମାରିଛନ୍ତି । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ କରୁଛି । ୧୨ଜଣ ପିଲା ଫେରାର ହୋଇଯାଇଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣକୁ ଉଦ୍ଧାର କରାଯାଇଛି ।

ପୋଲିସ ଖୋର୍ଧା, ଜଟଣୀ, କଟକ ଓ ଜଗତପୁରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଫେରାର ହେବା ପଛରେ ରୁଚିକାର ଜଣେ ଅନ୍ତେବାସୀ ବାଂଲାଦେଶର ତମିନ ହସନ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ତମିନ ନାଁରେ ଚୋରି ଓ ଅନ୍ୟ ଘଟଣାରେ ଅପରାଧିକ ମାମଲା ରହିଛି । ସେ ହିଁ ଅନ୍ୟ ୧୧ ଜଣ ପିଲାଙ୍କୁ ମତାଇ ଚାଇଲ୍ଡଲାଇନରୁ ଫେରାର କରିଥିବା ଜଣାପଡିଛି । ଘଟଣା ନେଇ ରୁଚିକା ସଂସ୍ଥାକୁ ସିଡବ୍ଲୁସି ରିପୋର୍ଟ ତଲବ କରିଛି । କେଉଁ ପରିସ୍ଥିତିରେ ଓ କିପରି ପିଲାମାନେ ଫେରାର ହେଲେ ସେ ନେଇ ରିପୋର୍ଟ ଦେବାକୁ ରୁଚିକାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –