କଳିଙ୍ଗନଗର ବୀରଭୂମୀ ପଡିଆରୁ କଟା ପାପୁଲି ଉଦ୍ଧାର : ଜଉମୁଦ ବାକ୍ସ ଖୋଲି ବିରୋଧୀ ପାପୁଲି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲା ବିସ୍ଥାପନ ବିରୋଧୀ ଜନମଂଚ

କଟାହାତପାପୁଲି ଫିଙ୍ଗାଯିବା ନେଇ ଉତ୍ତେଜନା 

157

କନକ ବ୍ୟୁରୋ : କଳିଙ୍ଗନଗର ଶିଳ୍ପାଂଚଳ ଗଣଶବଦାହ ସ୍ଥଳୀ ବୀରଭୂମି ପଡିଆରେ  କଟାହାତପାପୁଲି ଫିଙ୍ଗାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି ।  ବିଳମ୍ବିତ ରାତିରେ ଜଉମୁଦ ବକ୍ସ ଖୋଲି କେହି ବିରୋଧୀ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି । ୨୦୦୬ ଜାନୁଆରୀ ୨ ତାରିଖ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଶବ ବ୍ୟବଚ୍ଛେଦ ସମୟରେ ମୃତକଙ୍କ ହାତ ପାପୁଲି କଟାଯାଇଥିଲା ।

ବୀରଭୂମି ପଡିଆରେ କଟା ପାପୁଲିଗୁଡିକୁ  କ୍ଲବ ଘରେ ଜଉମୁଦ ବକ୍ସରେ ରଖାଯାଇଥିଲା ।  ପାପୁଲି ଗୁଡିକର ଡିଏନଏ ଟେଷ୍ଟ ପାଇଁ ଦାବି କରିଆସିଥିଲା ବିସ୍ଥାପନ ବିରୋଧୀ ଜନମଂଚ ।  ଆଜି ସକାଳେ ପାପୁଲିଗୁଡିକ ଏଣେତେଣେ ପଡିଥିବା ଜଣାପଡିଥିଲା ।  ପାପୁଲି ଫିଙ୍ଗାଯିବା ପରେ  ବୀରଭୂମି ପଡିଆରେ ଏକାଠି ହୋଇଛନ୍ତି ବିରୋଧୀ ।