କଟକ : ଟାଙ୍ଗୀ ବଇଁଚୁଆ ନିକଟରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ

36

କନକ ବ୍ୟୁରୋ : କଟକ ଟାଙ୍ଗୀ ବଇଁଚୁଆ ନିକଟରେ ଦୁର୍ଘଟଣା । ଡ୍ରମ୍ଫକୁ ଧକ୍କା ଦେଇଛି ଯାତ୍ରୀବାହି ବସ୍ । ସୂଚନା ଅନୁସାରେ ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ନିକଟରେ ଏକ ଯାତ୍ରୀବାହୀ ବସ ରାସ୍ତାକଡ଼ରେ ବ୍ରେକ୍ ଡାଉନ୍ ହୋଇ ରଖାଯାଇଥିବା ଏକ ଡମ୍ପରକୁ ପଛରୁ ପିଟିଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦୀଘାରୁ ଭୁବନେଶ୍ୱର ଆସୁଥିବା ଓଡି୦୨କେ୮୭୫୭ ନମ୍ବର ବିଶିଷ୍ଠ ଓଂକାର ନାମକ ଘରୋଇ ବସଟି ଏକ ଡମ୍ପରକୁ ପଛରୁ ଧକ୍କା ଦେଥିଲା । ଖବରପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ତେବେ ଗାଡ଼ିରେ ଚାପି ହୋଇ ବସ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।