କଳାଟଙ୍କାର ଖୋଳତାଡ! କଟକରେ ବେଆଇନ ଆର୍ଥିକ ସାମ୍ରାଜ୍ୟ ନେଇ ଆଲୋଚନା

27

କନକ ବ୍ୟୁରୋ : ଏଯାଏଁ ଦେଶରେ ୭୦ହଜାର କୋଟିରୁ ଅଧିକ କଳାଟଙ୍କା ଜମା ହୋଇଛି । ଏହି ସୂଚନା ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଏସଆଇଟି ଓଡିଶା ସଂପର୍କିତ ବୈଠକ ବସିଛି । ଚିଟଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା କରାଯାଇଛି । ଏସ୍ଆଇଟି ଖୁବ୍ ଶୀଘ୍ର ଷଷ୍ଠ ପର୍ଯ୍ୟାୟ ତଦନ୍ତ ରିପୋର୍ଟ ଦାଖଲ କରିବ ।

ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ହେବ । ଏହାସହ ମାଫିଆ, ବାବା ଓ ଘରୋଇ ଅନୁଷ୍ଠାନ ଏସ୍ଆଇଟି ତଦନ୍ତ ପରିସରଭୁକ୍ତ ବୋଲି ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି । ଏହାସହ ଏସ୍ଆଇଟି ତଦନ୍ତ ବେଶ ପ୍ରଭାବଶାଳୀ ହୋଇଛି ଏବଂ ସବୁ ତଦନ୍ତକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି ବୋଲି ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ସୂଚନା ଦେଇଛନ୍ତି । ଏହି ବୈଠକରେ ସିବିଆଇ, କ୍ରାଇମବ୍ରାଂଚ, ସେଂଟ୍ରାଲ, ଏକ୍ସାଇଜ ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେଇଛନ୍ତି ।