ଡାକ୍ତର ଦେଲେ ଯୌନ ନିର୍ଯାତନା ! ଏସସିବି ଫାର୍ମାସୀ ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

32

କନକ ବ୍ୟୁରୋ : ଡାକ୍ତର ଦେଉଛନ୍ତି ନିର୍ଯାତନା । ଯୌନ ଏବଂ ମାନସିକ ନିର୍ଯାତନା ହେବା ସହ ଆପତି କଲେ ଦେଉଛନ୍ତି ଧମକ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି କଟକ ବଡ଼ ମେଡ଼ିକାଲର ଫାର୍ମାସୀ ଛାତ୍ରୀ । ଫାର୍ମାସୀ ବିଭାଗର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ପ୍ରତିବାଦରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଯୌନ ନିର୍ଯାତନାର ପ୍ରତିବାଦ କରିବାରୁ ଛାତ୍ରୀଙ୍କ କ୍ୟାରିୟର ଖରାପ କରିଦେବାକୁ ଓଲଟା ଧମକ ଦେଇଥିବା ଅଭିଯୋଗ ହୋଇଛି ।