ଏସସିବିର ସର୍ଜରୀ ୱାର୍ଡରେ ଚାଲିଛି ଛାତିରେ ଲୁହାଛଡ ଗଳିଯାଇଥିବା ନାବାଳକର ଚିକିତ୍ସା: ଅଢ଼େଇ ଇଂଚ ଭିତରକୁ ପଶିଯାଇଥିବା ଏକ୍ସରେ ରିପୋର୍ଟରେ ସ୍ପଷ୍ଟ

146

କନକ ବ୍ୟୁରୋ: କେନ୍ଦୁଝରର ଲୁହାଛଡ ଗଳିଯାଇଥିବା ନାବାଳକୁୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।  ସର୍ଜରୀ ୱାର୍ଡରେ ପିଲାଟିର ଚିକିତ୍ସା ଚାଲିଛି । ଅଢ଼େଇ ଇଂଚ ଭିତରକୁ ଛଡଟି ପଶିଯାଇଥିବା ଏକ୍ସରେ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଖେଳିବାବେଳେ ଗତକାଲି  ଛାତିରେ ଏହି ଛୋଟ ପିଲାଟିର ଛାତିରେ ରଡ୍ ପଶିଯାଇଥିଲା  ।

ଗତକାଲି ଅପରାହ୍ନ ପ୍ରାୟ  ୫ଟାରେ କେନ୍ଦୁଝରର ନନ୍ଦ କିଶୋର ମହାକୁଡଙ୍କ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପୁଅ ଚନ୍ଦନ ମହାକୁଡ ଘର ନିକଟରେ ଖେଳୁଥିଲେ ।  ୪ରୁ ୫ ଫୁଟ ଏକ ଲୁହଛଡ ଧରି  ଘର ନିକଟରେ ଖେଳୁଥିଲେ ।  ଆଉ ଖେଳୁ ଖେଳୁ ହଠାତ୍ ଛାତିରେ ପଶି ଯାଇଥିଲା ଲୁହାରଡ ।

ସବୁଠାରୁ ବଡ କଥା ହେଲା ଲୁହାଛଡଟି ଛାତିରେ  ଗଳିଯାଇଥିଲେ ବି  ରକ୍ତ ବାହାରିନଥିଲା । ନାବାଳକର ଚିକ୍ରାର ଶୁଣି  ଘର ଲୋକେ ଧାଇଁ ଆସିଥିଲେ ।  ସାଙ୍ଗେ ସାଙ୍ଗେ ତାଙ୍କୁ  କେନ୍ଦୁଝର ମେଡିକାଲ ନିଆଯାଇଥିଲା ।  ପରେ ତାଙ୍କୁ କଟକ ବଡ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ନାବାଳକଙ୍କୁ  କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।