କଟକ : ବିବାହ ଭୋଜିରେ ଗଣ୍ଡଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ

29

କନକ ବ୍ୟୁରୋ :  ବିବାହ ଭୋଜିରେ ଗଣ୍ଡଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମ ଓ ବିଶ୍ୱନାଥପୁର ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସହ ପୋଡାଜଳା ମଧ୍ୟ ହୋଇଛି । ଗଣ୍ଡଗୋଳରେ ତିନୋଟି ଦୋକାନ ଘର ଭାଙ୍ଗି ଯାଇଛି । ଗତକାଲି ରାତିରୁ ଉତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ କମିସନରେଟ ପୁଲିସ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିଛି ।

ତିନି ଦିନ ତଳେ ଖରାଖିଆ ମନ୍ଦିରରେ ହୋଇଥିବା ଏକ ବିବାହ ଉତ୍ସବରେ ବହୁଗ୍ରାମର ଯୁବକଙ୍କ ସହ ବିଶ୍ୱନାଥପୁର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ ହୋଇଥିଲା । ଏନେଇ ଜଗତପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନନେବାରୁ ଗତକାଲି ରାତିରେ ପୁଣି ଦୁଇ ଗାଁ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏହି ବଚସା ଉଗ୍ରରୁପ ନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି ।