ଭସାଣ ଉତ୍ସବରେ କଟକରେ ସାହି ସୀମା ବିବାଦକୁ ନେଇ ଅଶାନ୍ତି : ପିଠାପୁର ଓ ଝୋଲା ସାହି ମୁହାଁମୁହିିଁ

43

କଟକ : କଟକରେ ସାହି ସୀମା ବିବାଦକୁ ନେଇ ଅଶାନ୍ତି । ସାହି ସୀମା ବିବାଦକୁ ନେଇ ପିଠାପୁର ଓ ଝୋଲା ସାହି ମଧ୍ୟରେ ବିବାଦ ଦେଖା ଦେଇଛି । ଉଭୟ ପକ୍ଷଙ୍କ ମଧ୍ୟରେ ବଚସା କ୍ରମେ ଉଗ୍ର ରୂପ ଧାରଣ କରିଛି । ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

କାଚ ବୋତଲ ଭାଙ୍ଗିବା ସହ ପୂଜା ତୋରଣ ମଧ୍ୟ ଭଙ୍ଗାରୁଜା ହୋଇଛି । ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ଉତେଜନା ଫଳରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।