କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ପୀଡିତାଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ

43

କନକ ବ୍ୟୁରୋ : ଭଡା ଘରେ ନାବାଳିକାକୁ ଦୁଷ୍କର୍ମ । କଟକ ଜଗତପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଲଗାତର ମାସେ ହେବ ନାବାଳିକାକୁ ଦୁଷ୍କର୍ମ ସହ ଶାରୀରିକ ନିର୍ଯାତନା ଦିଆଯାଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଛି । ଗତକାଲି ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଦୁଷ୍କର୍ମର ପ୍ରତିବାଦ କରିବାରୁ ପୀଡିତାଙ୍କ ଶରୀରକୁ ଛୁରୀରେ କାଟିବା ସହ ପେଚକସରେ ଫୁଟାଇ ଦେଇଛି ଅଭିଯୁକ୍ତ ।

ଭଦ୍ରକ ଧାମରା ଅଂଚଳର ନାବାଳିକା ସହ ପରିଚୟ ପରେ ଅଭିଯୁକ୍ତ ଜଣକ ବିବାହର ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲା । ଜଗତପୁରରେ ଏକ ଭଡା ଘରେ ରଖିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲା । ତେବେ ଗତକାଲି ଅଭିଯୁକ୍ତ ଫେରାର ହେବା ପରେ ନାବାଳିକାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :