ସଂପତି ଲୁଟିଲେ ଧର୍ଷଣ କଲେ ! ଅନ୍ଧାର ରାତିର ଅଭାବନୀୟ ଘଟଣା

23

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଛାଟିଆ ରାତିରେ ନୃସଂଶ କାଣ୍ଡ । ଡକାୟତି ପରେ ଗଣଧର୍ଷଣ । ଅନ୍ଧାର ରାତିର ଅଭାବନୀୟ ଘଟଣା ଚମକାଇ ଦେଇଛି ବୟାଳିଶି ମୌଜାକୁ । ଆଉ ଯାହା ଏବେ ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଗତକାଲି ୪ ଜଣ ଦୁବୃତ ଘରେ ପଶି ଲୁଟ୍ କରିବା ପରେ ନଦୀ ପଠାକୁ ନେଇ ମହିଳାଙ୍କୁ ଗଣଧର୍ଷଣ କରିଥିଲେ।

ପୀଡିତାଙ୍କ ବୟାନ ପରେ କମିଶନରେଟ ପୁଲିସ୍ ଆରମ୍ଭ କରିଛି ତଦନ୍ତ । ନିଜେ ଡିସିପି ପୀଡିତାଙ୍କୁ ନେଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ନଈପଠାରୁ ମହିଳାଙ୍କ କାନ ଫୁଲ ସହ ଦୁର୍ବୃତଙ୍କ ଗାମୁଛା ମିଳିଛି । ସବୁଠାରୁ ଗୁରୁତ୍ୱପୂଣ୍ଣ କଥା ହେଲା, ଧର୍ଷିତା ପତ୍ନୀଙ୍କୁ ହତାଦାର ନକରି ମାନସିକ ଭାବେ ତାଙ୍କୁ ଶକ୍ତ କରିବାକୁ ଆଗେଇ ଆସିଛନ୍ତି ସ୍ୱାମୀ । ଲୋକଲଜ୍ଜାକୁ ଛାଡି ଆଗେଇ ଆସିଛନ୍ତି ପତ୍ନୀଙ୍କୁ ନ୍ୟାୟ ଦେବାକୁ ।