ମେଡିକାଲ ଛାତ୍ରୀଙ୍କୁ ରାଗିଂ ମାମଲାରେ ୪ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ : କନକ ନ୍ୟୁଜକୁ ପୀଡିତା ଛାତ୍ରୀଙ୍କ ବୟାନ

26

କନକ ବ୍ୟୁରୋ : କଟକ ବଡ ମେଡିକାଲ କଲେଜର ଏହି ଘଟଣା ଆପଣଙ୍କୁ ଚକିତ କରିଦେବ । ଜଣେ ଏମବିବିଏସ ଛାତ୍ରୀଙ୍କୁ ଦୀର୍ଘ ଦିନ ହେଲା ଅଶ୍ଳୀଳ କମେଂଟ ସହ ଦୁର୍ବ୍ୟବହାର କରାଯାଉଛି । ଏମିତି ଅଶ୍ରାବ୍ୟ ଭାଷାରେ ଏହି ଛାତ୍ରୀ ଜଣଙ୍କୁ କମେଂଟ କରାଯାଉଛି, ଯାହା ସହ୍ୟ କରିବା ସମ୍ଭବ ନୁହେଁ ।

ଏହି ଅଶାଳୀନ ବ୍ୟବହାର କରୁଛନ୍ତି ସେହି ବଡ ମେଡିକାଲର ଡାକ୍ତରୀ ଛାତ୍ର । କଥା ଅସହ୍ୟ ହେବାରୁ ଥାନାକୁ ଯାଇଛି ମାମଲା ।  ଛାତ୍ରୀ ଜଣଙ୍କୁ ମେଡାକାଲ କଲେଜ ପରିସର ଭିତରେ ୪ ଜଣ ନିର୍ଦିଷ୍ଟ ଡାକ୍ତରୀ ଛାତ୍ର ଏଭଳି ଅଶାଳୀନ ବ୍ୟବହାର କରନ୍ତି । ଛାତ୍ରୀ ଜଣଙ୍କର ଶରୀର ଗଠନକୁ ନେଇ ଅତି ଅଶ୍ଲୀଳ ଭାଷାରେ ସେମାନେ ଦୀର୍ଘ ଦିନ ହେଲା ତାଙ୍କ ଆଖପାଖକୁ ଆସି ଅଶ୍ଳିଳ ଇଂଗୀତ ମଧ୍ୟ କରନ୍ତି । ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।