ପାର୍ବଣ ପୂର୍ବରୁ କଟକରେ ଗୋଷ୍ଠୀ ସଂଘର୍ଷ : ଘଟଣାସ୍ଥଳରେ ପୁଲିସ ମୂତୟନ

20

କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାର୍ବଣ ପୂର୍ବରୁ କଟକରେ ଉତେଜନା । ଟୁଇନସିଟିର ଦୁଇ ପୂଜା କମିଟି ମୁହାଁମୁହିଁ। ସୀମା ବିବାଦକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି । ମଧୁପାଟଣା ଥାନା ଅଂଚଳର ଦରଘାପାଟଣା ଓ ନୂଆପଡା ପୂଜା କମିଟି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବୋତଲ ଓ ଟେକାପଥର ମାଡରେ ଉଭୟ କମିଟିର ୩ଜଣ ଆହତ ହୋଇଛନ୍ତି । ପୂଜା ମଣ୍ଡପରେ ବାଉଁଶ ପୋତାକୁ ନେଇ ଦୁଇ ମଣ୍ଡପର ସଦସ୍ୟମାନେ ପରସ୍ପର ଉପରକୁ ଟେକା,ପଥର ଓ ବୋତଲ ମାଡ କରିଛନ୍ତି । ତେବେ ପୂର୍ବରୁ ଦୁଇ ସାହିର ସୀମାକୁ ନେଇ ଏହି ବିବାଦ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଛି । କିଭଳି ଥିଲା ସେଠାକାର ପରିସ୍ଥିତି ଦେଖନ୍ତୁ ଏହି ଭିଡିଓରେ :