ତେଜୁଛି ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ : ଅଧ୍ୟକ୍ଷାଙ୍କ ବିରୋଧରେ ଆଉ ୧୦ ଛାତ୍ରୀଙ୍କ ଏତଲା

25

କଟକ ବ୍ୟୁରୋ, କନକ ନ୍ୟୁଜ୍: ତେଜୁଛି ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ବଢୁଛି ଅଭିଯୋଗର ତାଲିକା । ମଙ୍ଗଳବାଗ ଥାନାରେ ଆଉ ୧୦ ଛାତ୍ରୀ ଅଧ୍ୟକ୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଆଜି ନ୍ୟାୟ ପାଇଁ ଏସସିବି ନର୍ସିଂର କିଛି ଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲାପାଳଙ୍କୁ ଭେଟି ନର୍ସିଂ କଲେଜ ଅଧ୍ୟକ୍ଷାଙ୍କ ବହିଷ୍କାର ଓ ବଦଳି ଦାବି କରିଛନ୍ତି ସେମାନେ । ଏହା ସହ ସାଇନ-ଏ-ଡାଏକୁ ତୁରନ୍ତ ବାତିଲ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ସେପଟେ ସମସ୍ୟାର ସମାଧାନ ନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ । ଗତକାଲି ସାଇନ ଏ ଡାଏ ଘୋଷଣା ପରେ ସରକାରଙ୍କ ନିଷ୍ପତିକୁ ସମର୍ଥନ ଜଣାଇ ସମସ୍ତ ନର୍ସିଂ ଛାତ୍ରୀ ହଷ୍ଟେଲ ଛାଡିଥିଲେ ।