କଟକ : ବେଆଇନ୍ ଭାବେ ଚାଲିଥିବା ଘରୋଇ ନର୍ସିଂହୋମ ଉପରେ ଚଢାଉ

20

କଟକ : କଟକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସ୍କାର୍ଡ ପକ୍ଷରୁ ବିଭିନ୍ନ ଘରୋଇ ନର୍ସିଂହୋମ ଉପରେ ଚଢାଉ ହୋଇଛି । ବିନା ରେଜିଷ୍ଟ୍ରସନରେ ବେଆଇନ ଭାବେ ଚାଲିଥିବା ଏହିସବୁ ନର୍ସିଂହୋମ ଓ ଡାଇଗ୍ନୋସିସ ସେଂଟର ଉପରେ ଚଢାଉ ହୋଇଛି । ଚଢାଉ ବେଳେ କନିକା ଅଂଚଳରେ ଥିବା ଓମ୍ ସାଇ ସିଟି ନର୍ସିଂହୋମ ଉପରେ ଚଢାଉ କରି ଓଟିକୁ ସିଲ୍ କରିଛି ପ୍ରଶାସନ ।

ଏଥିସହ ୫୦ହଜାରରୁ ଅଧିକ ଟଙ୍କାର ମେଡିସିନ୍ ଜବତ କରାଯାଇଛି । ଦୁଇ ଜଣ ରୋଗୀ ଥିବାରୁ ୪୮ଘଂଟା ମଧ୍ୟରେ ହସପିଟାଲକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଟଚ୍ ଡାଇଗ୍ନୋସିସ ସେଂଟରରେ ବି ଚଢାଉ କରିଛି ପ୍ରଶାସନ । ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ କଟକର ୪ଶହ ଘରୋଇ ନର୍ସିଂହୋମକୁ ନୋଟିସ୍ ଜାରି କରିଥିଲା ।