କଟକ : ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କଲେ ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ

27

କନକ ବ୍ୟୁରୋ : ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କଲେ ହରିପ୍ରସାଦ ଚୌରାସିଆ । କଟକ ନରଣପୁରଠାରେ ସମ୍ବାଦ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ । ଚୌରାସିଆଙ୍କ ସହ ବିଦେଶିନୀ ସାଥି କଳାକାର ବଂଶୀ ବାଦନ କରିଥିଲେ ।

ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଦର୍ଶକେ ଏହାକୁ ଉପଭୋଗ କରିଥିଲେ । ସମ୍ବାଦ ଆମ ଓଡିଶା ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହ ଯୁବପିଢି ମଧ୍ୟ ଶାସ୍ତ୍ରୀୟ ସଂଗୀତରୁ ଶୃଖଳା ଏବଂ ନମ୍ରତା ଶିକ୍ଷା ଲାଭ କରିବା ଉଚିତ୍ ବୋଲି କହିଥିଲେ । ସେହିପରି ଭାରତୀୟ ଶିକ୍ଷା ଖସଡାରେ ଶାସ୍ତ୍ରୀୟ ସଂଗୀତକୁ ସ୍ଥାନ ଦିଆଯିବା ଉଚିତ୍ ବୋଲି ବଂଶୀ ବାଦକ ହରିପ୍ରସାଦ ଚୈାରାସିଆ କହିଛନ୍ତି ।