ଅରୁଣ ସାହୁଙ୍କ ମନ୍ତବ୍ୟ ପ୍ରତିବାଦରେ କଟକ ନଗର କଂଗ୍ରେସର ବିକ୍ଷୋଭ

20

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟ ପ୍ରତିବାଦରେ କଟକ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ଆକାଉଂଟରେ ଚିଟଫଣ୍ଡ ଟଙ୍କା ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରିଛି ଦଳ । କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଛି । ଅନ୍ୟପଟେ ଆଓସିଏଲରେ ବିନା ଟେଣ୍ଡରରେ ଗ୍ୟାସ ବିତରଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛି ବିଜେପି । ବିଜେଡି ଅଭିଯୋଗ ବିରୋଧରେ ବିଜେପି ପକ୍ଷରୁ କଟକରେ ପ୍ରତିବାଦ ସଭା କରାଯାଇଛି ।