କଟକ : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଆଉ ତାପରେ ପ୍ରତାରଣା

123

କନକ ବ୍ୟୁରୋ : ଲଭ, ସେକ୍ସ, ଧୋକା । ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଆଉ ତାପରେ ପ୍ରତାରଣ । ଏଭଳି ଅଭିଯୋଗ ଆସିଛି କଟକ ଝାଞିରିମଂଗଳା ଅଂଚଳରୁ । ଉଚ୍ଚ ସମ୍ଭ୍ରାନ୍ତ ଘରର ଯୁବକ ଆନନ୍ଦ ନିଜ ମିଠା ମିଠା କଥାରେ ଝାଞିରୀମଂଗଳା ଅଂଚଳର ଜଣେ ଯୁବତୀକୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଦୀର୍ଘ ଚାରି ବର୍ଷ ଧରି ଚାଲିଥିଲା ଉଭୟଙ୍କ ପ୍ରେମ କାହାଣୀ ।

ଏହାରି ଭିତରେ ଆନନ୍ଦ ଅନେକ ଥର ଯୁବତୀ ଜଣକୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ସଂର୍ପକ ରଖିଥିବା କଥା ଯୁବତୀ ଜଣକ କହିଛନ୍ତି । ହେଲେ ଯେତେବେଳେ ସାମାଜିକ ରୀତିନୀତିରେ ଯୁବତୀ ଜଣକ ବିବାହ ପାଇଁ ଜିଦ ଧରି ବସିଲେ ସେତେବେଳେ ପ୍ରେମିକ ଆନନ୍ଦ ସେମାନଙ୍କର ଅନ୍ତରଂଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବ କହି ଧମକ ଦେଲା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ବାଦାମବାଡି ଥାନାରେ ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।